ଭୁବନେଶ୍ୱର ଏମ୍ସରେ ଖୁବଶୀଘ୍ର ସ୍ଥାପନ ହେବ ଦୁଇଟି ECMO ମେସିନ, ଖୁବଶୀଘ୍ର ଆରମ୍ଭ ହେବ ଚିକିତ୍ସା

ଭୁବନେଶ୍ୱର: ଗୁରୁତର କୋଭିଡ ରୋଗୀଙ୍କ ପାଇଁ ଭଲ ଖବର । ଏଣିକି ECMO ଚିକିତ୍ସା ପାଇଁ ଆଉ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ ।  ଖୁବଶୀଘ୍ର କୋଭିଡ଼ରେ ସଂକ୍ରମିତ ହୋଇ ଫୁସଫୁସ ସମସ୍ୟାର ଚିକିତ୍ସା ଏବେ ଭୁବନେଶ୍ୱର ଏମ୍ସରେ ହେବ । ଭୁବନେଶ୍ୱର ଏମ୍ସରେ ସ୍ଥାପନ ହେବ ଦୁଇଟି ECMO ମେସିନ୍ । ECMO ମେସିନ୍ କିଣିବା ପାଇଁ ଅର୍ଡର ଦିଆଯାଇଛି । ଖୁବ୍ ଶୀଘ୍ର ଏହାର ସ୍ଥାପନ ପାଇଁ ବ୍ୟବସ୍ଥା କରାଯାଉଛି । ପ୍ରଥମ ECMO ମେସିନ୍ ଚଳିତ ମାସ ଶେଷ ସୁଦ୍ଧା ବିତରଣ ଏବଂ  ସଂସ୍ଥାପିତ ହେବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ECMO ଯୋଗାଣକାରୀ ସଂସ୍ଥା ଏହା  ନିଶ୍ଚିତ କରିଛନ୍ତି । ଏହି ECMO ମେସିନ୍ ଗୁଡିକ କ୍ରିଟିକାଲ୍ କୋଭିଡ଼ ରୋଗୀଙ୍କ ଚିକିତ୍ସା କରିବା ଏବଂ ବିଭିନ୍ନ ଆଇସିୟୁ ଗୁଡ଼ିକର ଅନ୍ୟାନ୍ୟ ଜଟିଳ ମାମଲା ପାଇଁ ବ୍ୟବହାର ହେବ ।

ଏମ୍ସ ଭୁବନେଶ୍ବରରେ ବର୍ତ୍ତମାନ କିଛି ଅଧ୍ୟାପକ ECMO ମେସିନ୍ ପରିଚାଳନା ପାଇଁ ତାଲିମପ୍ରାପ୍ତ ଅଛନ୍ତି  ଏବଂ ସମାନ କାର୍ଯ୍ୟ କରିବା ପାଇଁ ଅନୁଷ୍ଠାନ ଅଧିକ ଟେକ୍‌ସିଆନ ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ କରିଛି । ଯାହା ଲୋକଙ୍କୁ ଭବିଷ୍ୟତରେ ସାହାଯ୍ୟ କରିବ, ବିଶେଷକରି ଯେଉଁମାନେ ବାହ୍ୟ ଚିକିତ୍ସା ପାଇଁ ସୂଚିତ । ଏ ନେଇ ଏମ୍ସ ଅଧିକ୍ଷକ ଡଃ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର