ଭୁବନେଶ୍ବ: ଖୋର୍ଦ୍ଧା ଜିଲ୍ଲାର ୪ ଟି ବ୍ଲକ୍‌ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ହୋଇଥିବା ଟେଣ୍ଡର୍‌କୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ଜିଲ୍ଲାରେ ୫ଟି ବୃହତ ପାନୀୟ ଜଳ ପ୍ରକଳ୍ପ ହେବାକୁ ଯାଉଛି। ଏଥିରୁ ଭୁବନେଶ୍ବର ବ୍ଲକ୍‌ର ୧୫ଟି ଗ୍ରାମପଞ୍ଚାୟତର ୮୭ ଗ୍ରାମର ୯୧ହଜାର ୩୪୫ ଜଣ ଜନସାଧାରଣ ଉପକୃତ ହେବେ। ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ଏଥି ମଧ୍ୟରୁ ଏକାମ୍ର ନିର୍ବାଚନମଣ୍ଡଳୀର ଧଉଳି, ଶିଶୁପାଳ ଗଡ, ଲିଙ୍ଗିପୁର, ଇତିପୁର, ଟିକରପଡ଼ା, ବାସୁଆଘଇ ଏଭଳି ୬ଟି ଗ୍ରାମପଞ୍ଚାତର ପ୍ରାୟ ୪୦ ହଜାର ଜନସାଧାରଣ ଉପକୃତ ହେବେ।

Advertisment

ଏହି ଅଞ୍ଚଳରେ ୪୦ କୋଟି ଟଙ୍କା ବ୍ୟୟରେ ଦୁଇ ସ୍ତରୀୟ ଜଳବିଶୋଧନଗାର ପ୍ରତିଷ୍ଠା ହେବାକୁ ଯାଉଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଗ୍ରାମପଞ୍ଚାୟତଗୁଡ଼ିକରେ ପାନୀୟ ଜଳ ସମସ୍ୟା ଦୂର ହେବ ବୋଲି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ଏଭଳି ଜନକଲ୍ୟାଣ ନିଷ୍ପତ୍ତି ନେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଏହା ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଭେଟି ବୋଲି କହିଛନ୍ତି।