ଦୁର୍ଘଟଣାରେ ପୁରୀ ମୁଖ୍ୟ ଚିକିତ୍ସାଳୟର ରେଡିଓଗ୍ରାଫର୍‌ ମୃତ

ଧଉଳି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର କେଇସି କଲେଜ ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣାରେ ପୁରୀ ମୁଖ୍ୟ ଚିକିତ୍ସାଳୟର ରେଡିଓଗ୍ରାଫର୍‌ ସ୍ମୃତିକାନ୍ତ ପରିଡ଼ା(୩୫)ଙ୍କ ମୃତ୍ୟୁ ହୋଇଛି। ସ୍ମୃତିକାନ୍ତଙ୍କ ଘର ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଅଧୀନ ମଧୁବନ ଲେନ୍‌-୨ ଅଞ୍ଚଳରୋ। ଶୁକ୍ରବାର ବିଳମ୍ବିତ ରାତିରେ ସେ ନିଜର କାର୍‌ (ଓଡି-୧୩ଇ୦୨୯୨)‌‌ରେ ଭୁବନେଶ୍ୱରରୁ ପୁରୀ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ପଛପଟୁ ଏକ ୪୦୭ ଟ୍ରକ୍‌ ତାଙ୍କ କାର୍‌କୁ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଉତ୍ତରା ଓ ପିପିଲି ଥାନା ପୁଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ଆଜି ସକାଳ ପ୍ରାୟ ୯ଟାରେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ କିମ୍ବା ଚାଳକକୁ ପୁଲିସ ଏପର୍ଯ୍ୟନ୍ତ ଧରି ପାରିନାହିଁ। ଉଲ୍ଲେଖଯୋଗ୍ୟ, ସ୍ମୃତିକାନ୍ତ ପୁରୀ ମୁଖ୍ୟ ଡାକ୍ତରଖାନାରେ ଏମ୍‌ଆରଆଇ ବିଭାଗରେ ରେଡିଓଗ୍ରାଫର ଭାବେ କାର୍ଯ୍ୟରତ ଥିଲେ।

ସମ୍ବନ୍ଧିତ ଖବର