ଆପାର୍ଟମେଣ୍ଟରେ ଅଜଗର

ଭୁବନେଶ୍ବର: ଆଜି ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ନିକଟ ଏମ୍‌ଜେ ଉଡ୍‌ ଆପାର୍ଟମେଣ୍ଟରୁ ଏକ ବିରାଟକାୟ ଅଜଗର ସାପ ଉଦ୍ଧାର କରାଯାଇଛି। ନିକଟସ୍ଥ ଜଙ୍ଗଲରୁ ଆପାର୍ଟମେଣ୍ଟକୁ ପଶିଆସିଥିବା ଏହି ସାପଟି ପାଖାପାଖି ୭ ଫୁଟ୍‌ ଲମ୍ବ ଓ ୫୦ କେଜି ଓଜନର ‌ହେବ। ସ୍ନେକ୍ ହେଲ୍‌ପ ଲାଇନ୍‌ର ଜଣେ ସଦସ୍ୟ ସାପକୁ ଉଦ୍ଧାର କରିଛନ୍ତି ଏବଂ ଆସନ୍ତାକାଲି ସକାଳେ ଜଙ୍ଗଲରେ ଚନ୍ଦକା ଅଭୟାରଣ୍ୟରେ ଛାଡ଼ିବେ ବୋଲି ଜଣାପଡ଼ିଛି। ଆଜି ସନ୍ଧ୍ୟା ବେଳେ ହଠାତ୍ ଆପାର୍ଟମେଣ୍ଟ ପରିସରରେ ସାପ ବୁଲୁଥିବା ଦେଖିବାକୁ ମିଳିଥିଲା। ଏତେବଡ଼ ସାପ ଦେଖି ଆପାର୍ଟମେଣ୍ଟ ବାସିନ୍ଦାମାନେ ଭୟଭୀତ ହୋଇପଡ଼ିଥିଲେ। ପ୍ରଥମ ଥର ପାଇଁ ଏଭଳି ଭୟଙ୍କର ସାପ ଆପାର୍ଟମେଣ୍ଟ ଭିତରକୁ ପଶି ଆସିଥିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ। ସାପ ଦେଖିବାକୁ ଭିଡ଼ ଜମିଯାଇଥିଲା। ‌ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ସ୍ନେକ୍‌ ହେଲ୍‌ପ ଲାଇନ ସଦସ୍ୟଙ୍କୁ ଫୋନ୍ କରିଥିଲା। ସ୍ନେକ୍ ହେଲ୍‌ପ ଲାଇନ୍‌ ସଦସ୍ୟ ପହଞ୍ଚିବା ପରେ ସାପ ଧରା ଦେଖିବାକୁ ଲୋକମାନେ ଘରୁ ବାହାରି ଆସିଥିଲେ। ଲୋକମାନେ ବଡ଼ ଆଗ୍ରହରେ ସାପ ଉଦ୍ଧାର କାର୍ଯ୍ୟ ଦେଖିଥିଲେ।

ସମ୍ବନ୍ଧିତ ଖବର