ରାଜଧାନୀର ୬୪ ହୋଟେଲରେ ସଙ୍ଗରୋଧ ବ୍ୟବସ୍ଥା

୧୩୭୧ରୁମ୍‌ରେ ୨୭୨୦ ଶଯ୍ୟା, ୪୦୦ରୁ ୪୫୦୦ଟଙ୍କା ପର୍ଯ୍ୟନ୍ତ ରୁମ୍‌ ଭଡ଼ା‌

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ୫ଟି ସଙ୍ଗରୋଧ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବା ବେଳେ ଏଠାରେ ପ୍ରାୟ ୮୦୦ଜଣ ଲୋକ ରହିବାର ବ୍ୟବସ୍ଥା କରାଯାଇଛି। ହେଲେ ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ବଢ଼ୁଥିବାରୁ ଏବଂ ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ବିଏମ୍‌ସି ପକ୍ଷରୁ ଦେୟ ସଙ୍ଗରୋଧ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୬୪ଟି ହୋଟେଲକୁ ତାଲିକାଭୁକ୍ତ କରାଯାଇଛି। ରାଜଧାନୀର ଚାରି ଦିଗରେ ବିଏମ୍‌ସିର ତିିନିଟି ଜୋନ୍‌ରେ ଥିବା ହୋଟେଲକୁ ନେଇ ଏହି ତାଲିକା କରାଯାଇଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ୬୪ଟି ହୋଟେଲରେ ୧୩୭୧ଟି ରୁମ୍‌ରେ ୨୭୨୦ଟି ବେଡ୍‌ ସଙ୍ଗରୋଧରେ ରହିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ହେବ। ଏହି ହୋଟେଲଗୁଡ଼ିକର ରେଟିଂ ଏବଂ ସୁବିଧା ସୁଯୋଗକୁ ନଜରରେ ରଖି ଦିନ ପିଛା ଦେୟ ଧାର୍ଯ୍ୟ ହୋଇଛି। ୪୦୦ ଟଙ୍କାରୁ ଆରମ୍ଭ କରି ୪୫୦୦ଟଙ୍କା ପର୍ଯ୍ୟନ୍ତ ରୁମ୍‌ ଭଡ଼ା ରହିଛି। ଯେଉଁ ଦାମ୍‌ ସ୍ଥିର ହୋଇଛି, ସେଥିରେ ଦୁଇ ଓଳି ଖାଇବାକୁ, ସକାଳ ଓ ସଂଧ୍ୟାରେ ଚା’ ଜଳଖିଆ ଓ ପାଣି ବୋତଲ ଦେବା ବ୍ୟବସ୍ଥା ରହିଛି। ଲୋକମାନେ ଯେଉଁଭଳି ରୁମ୍‌ରେ ସେହିଭଳି ଟଙ୍କା ଦେବେ। ମୁଖ୍ୟତଃ ଓୟୋ ରୁମ୍‌ଗୁଡ଼ିକୁ ଏଥିରେ ସାମିଲ୍‌ କରାଯାଇଛି। ଲୋକମାନେ ଅନଲାଇନ୍‌ରେ ବୁକିଂ କରିପାରିବେ।

ସମ୍ବନ୍ଧିତ ଖବର