ପାଞ୍ଚ ମିନିଟ୍‌ରେ ପ୍ରଶ୍ନ?

ପ୍ରଶ୍ନ୧: କର୍ଣ୍ଣାଟକରେ ଦେଖାଦେଇଥିବା ହିଜାବ ବିବାଦ ଉପରେ କ’ଣ କହିବେ?
ଉ: ହିଜାବକୁ ନେଇ କର୍ଣ୍ଣାଟକ ପରେ ଅନ୍ୟ କିଛି ରାଜ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲାଣି। ତେଣୁ ଏଥିରେ କୌଣସି ରାଜନୀତି ନ କରି ଏହାର ସମାଧାନ କିପରି ହେବ, ସେନେଇ ସେଠାକାର ସରକାର ଚିନ୍ତା କରିବା ଦରକାର।

ପ୍ରଶ୍ନ୨: ପିଲାଙ୍କ ପାଇଁ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଠିକ୍ ହେବ କି?
ସ୍କୁଲ୍ ଖୋଲିବା ଦରକାର। ପିଲାମାନେ ୨ବର୍ଷ ହେଲାଣି ଶିକ୍ଷାଠାରୁ ଦୂରେଇ ଗଲେଣି। ଛୋଟ ପିଲାମାନଙ୍କ ପାଇଁ ଅନଲାଇନ୍‌ ପାଠପଢ଼ା ଅପେକ୍ଷା ଅଫଲାଇନ୍‌ ପଢ଼ା ବେଶି ଲାଭଦାୟକ ହେବ। କିନ୍ତୁ ସ୍କୁଲ୍ ଖୋଲିବା ପୂର୍ବରୁ କୁନି କୁନି ପିଲାଙ୍କ ପାଇଁ ସରକାର ଉଚିତ ମାର୍ଗଦର୍ଶିକା ଜାରି କରିବା ଆବଶ୍ୟକ।

ପ୍ରଶ୍ନ ୩: ଦଶମ ଓ ଯୁକ୍ତ ୨ ପରୀକ୍ଷା ହେବା ଉଚିତ ବୋଲି ଆପଣ ଭାବୁଛନ୍ତି?
ପରୀକ୍ଷା ଦ୍ବାରା ଶିକ୍ଷାର ମାନ ବଢ଼େ। ଯେତିକି ପାଠପଢ଼ା ହୋଇଛି, ସେହି ଅନୁସାରେ ବୋର୍ଡ ପରୀକ୍ଷା ହେବା ଦରକାର। ପରୀକ୍ଷା ଦ୍ବାରା ପିଲାମାନେ ଆଗାମୀ ଉଚ୍ଚଶିକ୍ଷା ପାଇଁ ଭଲ ଭାବେ ପ୍ରସ୍ତୁତ ହୋଇପାରିବେ।

ପ୍ରଶ୍ନ ୪: ନିଯୁକ୍ତି ଦେବା ନାଁରେ ଠକେଇ ମାମଲା ବଢ଼ୁଛି, ଏଥିପାଇଁ ଦାୟୀ କିଏ?
ସୁବିଧା ବାଟରେ ଚାକିରି ପାଇବା ଆଶାରେ କିଛି ଚାକିରି ଆଶାୟୀ ଠକେଇର ଶିକାର ହେଉଛନ୍ତି। ଏଥିପାଇଁ ସରକାର ମଧ୍ୟ ସମାନ ଭାବେ ଦାୟୀ। କାରଣ ନିଯୁକ୍ତିକୁ ନେଇ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି।

ପ୍ରଶ୍ନ ୫: ନିର୍ବାଚନରେ ଡିଜିଟାଲ ପ୍ରଚାର ପ୍ରାର୍ଥୀଙ୍କ ପାଇଁ କେତେ ସହାୟକ ହେବ?
ପ୍ରଚାରର ଢାଞ୍ଚା ବଦଳିଛି। ଡିଜିଟାଲ ପ୍ରଚାର ଦ୍ବାରା ପ୍ରାର୍ଥୀଟିଏ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିବ। ଏହାଦ୍ବାରା କିଛି ମାତ୍ରାରେ ହିଂସା ମଧ୍ୟ ରୋକି ହୋଇପାରିବ ବୋଲି ମୁଁ ଭାବୁଛି।

ସମ୍ବନ୍ଧିତ ଖବର