ଲୋୟଲା ଜିତିଲା ସିଏସ୍ଏମ୍ ସାଇନାପ୍ସ କ୍ୱିଜ୍, ମଦର୍ସ ଓ ସାଇ ଇଣ୍ଟରନ୍ୟାସନାଲ ହେଲେ ରନର୍ସ ଅପ୍

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ କ୍ୱିଜ୍ ଚ୍ୟାଲେଞ୍ଜ ‘ସିଏସ୍ଏମ୍ ସାଇନାପ୍ସ କ୍ୱିଜ୍’ରେ ଲୋୟଲା ସ୍କୁଲ ବିଜେତା ହୋଇଛି । ମଦର୍ସ ପବ୍ଲିକ୍ ସ୍କୁଲ ଏବଂ ସାଇ ଇଂଟରନ୍ୟାସନାଲ ସ୍କୁଲ ଯଥାକ୍ରମେ ପ୍ରଥମ ରନର୍ସ ଅପ୍ ଓ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି ।

ଭୁବନେଶ୍ୱରର ସର୍ବବୃହତ ସ୍କୁଲ କ୍ୱିଜ୍ ‘ସାଇନାପ୍ସ’କୁ ସିଏସ୍ଏମ୍ ଟେକ୍ନୋଲୋଜିଜ୍ ଆୟୋଜନ କରିଥିବା ବେଳେ ଏଥିରେ କ୍ବିଜକ୍ରାଫ୍ଟ ଓ ବିଜନେସ ଷ୍ଟାଣ୍ଡାର୍ଡ ଆଉଟରିଚ୍ ଓ ମିଡିଆ ପାର୍ଟନର ଥିଲେ । ଭାରତର ବିଖ୍ୟାତ କ୍ୱିଜ୍ ମାଷ୍ଟର ତଥା ଲୋକପ୍ରିୟ ଟିଭି ସିରିଜ୍ ‘କୌନ ବନେଗା କରୋଡ଼ପତି’ର ରିସର୍ଚ୍ଚ ହେଡ୍ ଭାବେ କାମ କରିଥିବା ଆଦିତ୍ୟନାଥ ମୁବାୟୀ କ୍ୱିଜ୍ ପରିଚାଳନା କରିଥିଲେ । ଏହି କ୍ୱିଜ୍ ଦୁଇଟି ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା  । ପ୍ରଥମେ ସ୍କ୍ରିନିଂ ବା ପ୍ରିଲିମ୍ ରାଉଣ୍ଡ ଓ ତା’ପରେ ପରେ ଫାଇନାଲ ରାଉଣ୍ଡ ହୋଇଥିଲା  । ଇଣ୍ଡିଆଅ୭୫, ଆଜାଦି କା ଅମୃତ ମହୋତ୍ସବ ଆଧାରରେ କ୍ୱିଜର ବିଷୟବସ୍ତୁ ରହିଥିଲା ।

ଏହି ମେଗା କ୍ୱିଜ୍ ପ୍ରତିଯୋଗିତାରେ ଭୁବନେଶ୍ୱରର ୧୩ଟି ସ୍କୁଲ ଅଂଶଗ୍ରହଣ କରିଥିଲେ  । ପ୍ରିଲିମ୍ ରାଉଣ୍ଡ ପରେ ଶ୍ରେଷ୍ଠ ୬ ଟିମ୍ ଭାବେ ଡିଏଭି ଚନ୍ଦ୍ରଶେଖରପୁର, ଡିଏଭି ପୋଖରୀପୁଟ, ମଦର୍ସ ପବ୍ଲିକ୍ ସ୍କୁଲ, ସାଇ ଇଂଟରନ୍ୟାସନାଲ, ଲୋୟଲା ସ୍କୁଲ ଓ ଡିଏମ୍ ପବ୍ଲିକ୍ ସ୍କୁଲ ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଥିଲେ ।

ସେଲିବ୍ରିଟି କ୍ୱିଜ୍ ମାଷ୍ଟର ମୁବାୟୀଙ୍କ ଯୋଗୁ କ୍ୱିଜ୍ ସେଟ୍ ସମସ୍ତଙ୍କୁ ବେଶ୍ ଆକୃଷ୍ଟ କରିଥିଲା ଓ ସେ ନିଜର ବାକ୍ଚାତୁରୀ ତଥା କୌତୁକିଆ କଥା ଜରିଆରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । କ୍ୱିଜ୍ରେ ଲୋୟଲା ସ୍ପଷ୍ଟ ଭାବେ ବିଜେତା ହୋଇଥିବା ବେଳେ ଏକ ଟାଇ ବ୍ରେକର୍ ଜରିଆରେ ସାଇ ଇଂଟରନ୍ୟାସନାଲ ତୃତୀୟ ପୁରସ୍କାର ପାଇଥିଲା ।

ସିଏସ୍ଏମ୍ ଟେକ୍ନୋଲୋଜିଜର ପ୍ରତିଷ୍ଠାତା ତଥା ସିଇଓ ପ୍ରିୟଦର୍ଶୀ ନାନୁ ପାଣି କ୍ୱିଜ୍ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

 

ସମ୍ବନ୍ଧିତ ଖବର