କେଏମ୍‌ବିବି ଯୁକ୍ତ୨ କଲେଜରେ କୁଇଜ୍‌ ପ୍ରତିଯୋଗିତା‌

ଭୁବନେଶ୍ବର: ସାମାଜିକ ଅନୁଷ୍ଠାନ କାୟାକଳ୍ପ ପକ୍ଷରୁ କେଏମ୍‌ବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ଆଜାଦି କା ଅମୃତ ମହୋତ୍ସବ କୁଇଜ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ବିଜୁନି ଚନ୍ଦ୍ର ସୂତାର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନ ଉପଦେଷ୍ଟା ତଥା କବି ରାଜକିଶୋର ସ୍ବାଇଁ ଦେଶାତ୍ମବୋଧ କବିତା ଆବୃତ୍ତି କରିଥିଲେ। ପ୍ରସାର ଭାରତୀର ତପନ ଦତ୍ତ ବର୍ତ୍ତମାନର ନୈତିକ ଶିକ୍ଷା ଉପରେ ଆଲୋକପାତ କରିଥିବା ବେଳେ କାୟାକଳ୍ପର ପରିଚାଳନା ସମ୍ପାଦକ ତ୍ରିଲୋଚନ ଦାଶ କୁଇଜ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଶିକ୍ଷାନୁଷ୍ଠାନର ସ୍ମୃତି ସ୍ବରୂପା, ଅନନ୍ୟା ଶତପଥୀ ଓ ଆଦିତ୍ୟ ରଥ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତୀ ପ୍ରତିଯୋଗୀଙ୍କ ସମେତ ସମସ୍ତ ଉତ୍ତରଦାତାଙ୍କୁ ସମାଜସେବୀ ସ୍ବର୍ଗତ କୃଷ୍ଣଚନ୍ଦ୍ର ଦାସଙ୍କ ସ୍ମୃତିରେ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଅଧ୍ୟାପିକା ଅରୁନ୍ଧତୀ ଭୂୟାଁ, ଉତ୍କର୍ଷା କୁମାରୀ, ରବୀନ୍ଦ୍ର ନାଥ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ରାକେଶ ଚନ୍ଦ୍ର ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର