ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଗତ ୨ ଦିନ ମଧ୍ୟରେ କମିସନରେଟ ପୁଲିସ ପଂଚମ ଏନକାଉଣ୍ଟର କରିଛି। ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ଅଞ୍ଚଳରେ ରବିବାର ରାତି ପୁଣି ଏନ୍କାଉଣ୍ଟର ହୋଇଛି। ଏଥିରେ କୁଖ୍ୟାତ ଅପରାଧୀ ରବି ରାଓ ଆହତ ହୋଇଛି। ରବିର ଗୋଡ଼ରେ ଗୁଳି ବାଜିଛି। ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ରବିକୁ ଟାର୍ଗେଟ କରିଥିଲା ଏବଂ ଅଚାନକ ଚଢ଼ାଉ କରି ଏନ୍କାଉଣ୍ଟର କରିଥିଲା। ରବି ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି। ପୁଲିସ ଘଟଣାସ୍ଥଳରୁ କାର୍ ସହ ବୋମା ଓ ବହୁ ମାରଣାସ୍ତ୍ର ଜବତ କରିଛି।
ରାଜଧାନୀ ଭୁବନେଶ୍ୱରରେ ୨ ଦିନରେ ପଂଚମ ଏନକାଉଣ୍ଟର, ରବି ରାଓ ଆହତ
/sambad/media/post_attachments/wp-content/uploads/2019/08/Untitled-1-2.jpg)