୨୬ରେ ରବି ରାୟଙ୍କ ଜୟନ୍ତୀ

କୁଳପତି କୃଷ୍ଣଦେବ ରାୟ ପ୍ରଦାନ କରିବେ ସ୍ମାରକୀ ବକ୍ତତା

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଲୋହିଆ ଏକାଡେମି ପକ୍ଷରୁ ବିଶିଷ୍ଟ ସମାଜବାଦୀ ଚିନ୍ତାନାୟକ ତଥା ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟଙ୍କ ୯୧ତମ ଜୟନ୍ତୀ ତଥା ସମ୍ବିଧାନ ଦିବସ ଅନୁଷ୍ଠାନ ପରିସରରେ ସଂଧ୍ୟା ୫ଟା ୩୦ରେ ପାଳନ କରାଯିବ। ଏଥିରେ ‘ସମ୍ବିଧାନର ସାର୍ବଭୌମତ୍ୱ: ପ୍ରସଙ୍ଗ ଓ ଆହ୍ଵାନ’ ଶୀର୍ଷକରେ ରବି ରାୟ ପ୍ରଥମ ସ୍ମାରକୀ ବକ୍ତତା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, କଟକର କୁଳପତି ପ୍ରଫେସର ଡ. କୃଷ୍ଣଦେବ ରାୟ ପ୍ରଦାନ କରିବେ। ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର୍‌ ବୀରେନ୍ଦ୍ର ନାୟକ ପ୍ରସଙ୍ଗ ଉପସ୍ଥାପନ କରିବେ। କାର୍ଯ୍ୟକ୍ରମରେ ଯୋଗଦେବାକୁ ଏକାଡେିମର ସମ୍ପାଦକ ଦେବପ୍ରସାଦ ରାୟମହାପାତ୍ର ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର