ରବି ସିଂ ଓଡ଼ିଆ ସାହିତ୍ୟରେ ଅପରାଜେୟ ଅଗ୍ନିଶିଖା

ଭୁବନେଶ୍ବର: ବିପ୍ଳବୀ କବି ରବି ସିଂ ଥିଲେ ଓଡ଼ିଆ ସାହିତ୍ୟରେ ଅପରାଜେୟ ଅଗ୍ନିଶିଖା। ସେ ସାଲ, ତାରିଖ ଓ ମସିହାର ଊର୍ଧ୍ବରେ ରହି ବିପୁଳ ପାଠକୀୟ ଆଦୃତି ମଧ୍ୟରେ ବଞ୍ଚି ରହିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମି ଆନୁକୂଲ୍ୟରେ ଆୟୋଜିତ ‘ରବି ସିଂ ଶ୍ରଦ୍ଧାଞ୍ଜଳି ସଭା’ରେ ଅତିଥିମାନେ ଏହା କହିଛନ୍ତି। ଏକାଡେମିର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖ୍ୟାତନାମା କଥାକାର ବିଭୂତି ପଟ୍ଟନାୟକ, ସାହିତ୍ୟିକ ସାତକଡ଼ି ହୋତା, ରାଜକିଶୋର ମିଶ୍ର, ବିଜୟ କୁମାର ଶତପଥୀ, ହୁସେନ ରବି ଗାନ୍ଧୀ, ପ୍ରଦ୍ୟୁମ୍ନ ଶତପଥୀ, ଶକୁନ୍ତଳା ବଳିୟାରସିଂହ, କୁଳମଣି ଜେନା, ସୁରେନ୍ଦ୍ର ଦାସ, ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ପ୍ରମୁଖ କବି ରବି ସିଂଙ୍କ ସାରସ୍ବତ ଅବଦାନ ଓ ବ୍ୟକ୍ତିତ୍ବ ଉପରେ ମତ ରଖିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ନାୟକ ମଧ୍ୟ ବକ୍ତବ୍ୟ ରଖିଥିଲେ। ସାହିତ୍ୟ ଏକାଡେମିର ସଚିବ ଶୁଚିସ୍ମିତା ମନ୍ତ୍ରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ତନୟା ଶିଶୁ ଗୋସ୍ବାମୀ ଉଦ୍‌ଯାପନୀ କବିତା ପାଠ କରିଥିଲେ। ନୀଳମଣି ପରିଡ଼ା, ମନୋରମା ବିଶ୍ବାଳ ମହାପାତ୍ର, ନୃସିଂହ ଚରଣ ସାହୁ, ସୁରେନ୍ଦ୍ର ମହାରଣା, ବାସନ୍ତୀ ମହାନ୍ତି, ଦେବାଶିଷ ମହାପାତ୍ର, ରାଜୀବ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର