ମୁକ୍ତମଞ୍ଚରେ ରାଧାକୃଷ୍ଣଙ୍କ ପ୍ରେମଲୀଳା 

ଭୁବନେଶ୍ୱର : ରାଧାକୃଷ୍ଣଙ୍କ ପ୍ରଣୟ ଲୀଳାକୁ ନୃତ୍ୟ ଓ  ସାଂଗୀତିକ ସଂଳାପରେ ଉପଭୋଗ କରିବାର ଅବସର ଜମିଥିଲା ଭାରତୀୟ ବିଦ୍ୟାଭବନ ପରିସରସ୍ଥ ମୁକ୍ତ ମଞ୍ଚରେ। ଶାସ୍ତ୍ର ସମ୍ମତ ସଂଗୀତ, ନୃତ୍ୟ ଓ ବାଦ୍ୟ ସାଙ୍ଗକୁ ଗଞ୍ଜାମ ଜିଲ୍ଲାର ନିଜସ୍ୱ ଶୈଳୀରେ ପ୍ରସ୍ତୁତ ଏହି ପ୍ରେମଲୀଳା ପରିବେଷଣ କରିଥିଲେ ଗଞ୍ଜାମ କଙ୍କରୋଡ଼ାର ଶ୍ରୀଶ୍ରୀ ଜଗନ୍ନାଥ ନାଟ୍ୟ ସଂସ୍ଥା। ଭାରତୀୟ ବିଦ୍ୟାଭବନ ଓ ଇନ୍‌ଫୋସିସ୍‌ ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ଲୁପ୍ତପ୍ରାୟ ଲୋକକଳାର ୫୧ତମ ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ଏହି ରାଧା ପ୍ରେମ ଲୀଳା।

ଯୁବରାଜ କିଶୋର ଚନ୍ଦ୍ର ଦେବଙ୍କ ୧୮୬୮ ମସିହାର ଏହି ରଚନାକୁ ମଞ୍ଚରେ ପ୍ରସ୍ତୁତ କରିଥିଲେ ଗୁରୁ ଯୁଧିଷ୍ଠିର ନାହାକ ଓ ସାଥୀ। କାର୍ଯ୍ୟକ୍ରମକୁ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରିୟମ୍ବଦା ମହାନ୍ତି ହେଜମାଦି, ଦୁର୍ଗାମାଧବ ସାହୁ ଉଦ୍‌ଘାଟନ କରିଥିବା ବେଳେ ଉପଦେଷ୍ଟା ନାଟ୍ୟକାର ଅନନ୍ତ ମହାପାତ୍ର, ସହଯୋଗୀ ନିର୍ଦେଶକ ମନ୍ମଥ କୁମାର ଶତପଥୀ ଏବଂ କର୍ଣ୍ଣେଲ୍‌ ପିକେ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର