ଭୁବନେଶ୍ୱର: ରେଡିଓ ଚକଲେଟ୍ ଓ ପ୍ଲାନ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ଡେଙ୍ଗୁ ଜ୍ୱର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳରେ ଦୁଇ ଦିନ ଧରି ପଥପ୍ରାନ୍ତ ନାଟକ କରାଯାଇଥିଲା। ଏହା ସହିତ ରେଡିଓ ଚକ୍ଲେଟ୍ର ପ୍ରଚାର ଗାଡ଼ିରେ ଡେଙ୍ଗୁ ସଂପର୍କିତ ଗୀତ ଓ ସଚେତନତା ବାର୍ତାସବୁ ପ୍ରଚାର କରାଯାଇଥିଲା। ଅର୍ଜେମାନେ ଡେଙ୍ଗୁରୁ ରକ୍ଷା ପାଇଁ କି କି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ କହିବା ସହିତ ଡେଙ୍ଗୁର ଲକ୍ଷଣ ଓ ନିରାକରଣ ସଂପର୍କରେ ଲୋକମାନଙ୍କୁ ବୁଝାଇଥିଲେ। ଆର୍ଜେମାନେ ଲୋକମାନଙ୍କୁ ଡେଙ୍ଗୁ ସଚେତନତା ନେଇ ପ୍ରଶ୍ନ ପଚାରି ଉପହାର ଦେଇଥିଲେ। ଏହା ବ୍ୟତୀତ ଗ୍ରୁପ ଡେଙ୍ଗୁ ସଚେତନତା ଉପରେ ପଥପ୍ରାନ୍ତ ନାଟକ ‘ବେଳ ହୁଁ ସାବଧାନ’ ପରିବେଷଣ କରିଥିଲେ। ଏହି କ୍ରମରେ ମଞ୍ଚେଶ୍ୱର ଶ୍ରୀକ୍ଷେତ୍ର କଲୋନି, ବଙ୍ଗାଳୀ ସାହି, ସହିଦ ନଗରର ଶାନ୍ତି ପଲ୍ଲୀ, ତେଲୁଗୁ ବସ୍ତି, ସତ୍ୟନଗରର ବେହେରା ବସ୍ତିରେ ଏହି ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରେଡିଓ ଚକ୍ଲେଟ୍ ତରଫରୁ ଆରଜେ ନିଲ, ଆର୍ଜେ କୋମଲ, ଆରଜେ ନଦିମ, ଆର୍ଜେ ଅବକାଶ, ଆରଜେ ନିଭି ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ମହାନଗର ନିଗମ, ସିୱାଇଏସ୍ଡି, ନ୍ୟାସ୍ନାଲ୍ ହେଲ୍ଥ ମିସନ୍, ସ୍ୱଚ୍ଛ ଭାରତ ସହଯୋଗ କରିଥିଲେ।
ପଥପ୍ରାନ୍ତ ନାଟକ ‘ବେଳହୁଁ ସାବଧାନ’
ରେଡିଓ ଚକ୍ଲେଟ୍ର ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ
/sambad/media/post_attachments/wp-content/uploads/2018/06/radio-chocolate3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)