ରେଡିଓ ଚକଲେଟ୍‌ ଓ ଏଚ୍‌ଡିଏଫସି ବ୍ୟାଙ୍କ ପକ୍ଷରୁ ଫେଷ୍ଟିଭ୍ ଟ୍ରିଟ୍‌ସ

ଭୁବନେଶ୍ବର: ରେଡିଓ ଚକଲେଟ୍‌ ୧୦୪ ଏଫ୍ଏମ୍ ଓ ଏଚ୍‌ଡିଏଫସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଛି ଫେଷ୍ଟିଭ୍ ଟ୍ରିଟ୍‌ସ। ପୂଜାରେ ଲୋକମାନେ ବିଭିନ୍ନ ଜିନିଷ କିଣିବାକୁ ଚାହୁଁଛନ୍ତି। ତେଣୁ ଏଚ୍‌ଡିଏଫସି ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଆକର୍ଷଣୀୟ ଅଫର୍। ଏହି କାର୍ଯ୍ୟକ୍ରମ ପଳାସୁଣୀସ୍ଥିତ ସୁଭଦ୍ରା ଏନ୍‌କ୍ଲେଭ, ରସୁଲଗଡ଼ସ୍ଥିତ ମନୋରମା ଇଷ୍ଟେଟ ଏବଂ ପଟିଆ କ୍ଲବ୍ ଟାଉନ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏଚ୍‌ଡିଏଫସି ବ୍ୟାଙ୍କର କ୍ଲଷ୍ଟର୍ ହେଡ୍ ଆନନ୍ଦ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆପାର୍ଟମେଣ୍ଟବାସୀଙ୍କୁ ଉତ୍ସାହିତ କରୁଛନ୍ତି। ଭୁବନେଶ୍ୱର ବା କଟକର କୌଣସି ଆପାର୍ଟମେଣ୍ଟ ବା ସୋସାଇଟି ଏହି କାର୍ଯ୍ୟକ୍ରମକୁ କରାଇବାକୁ ଚାହୁଁଥାନ୍ତି ତେବେ ମୋବାଇଲ ନଂ. ୮୯୦୮୦୨୦୧୦୪ରେ ଯୋଗାଯୋଗ କରିବା ପାଇଁ ରେଡିଓ ଚକଲେଟ୍ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର