ଭୁବନେଶ୍ବର: ଓଡ଼ିଶାର ନମ୍ବର ୱାନ୍ ଏଫ୍ଏମ୍ ଚ୍ୟାନେଲ୍ ରେଡିଓ ଚକଲେଟ୍ ୧୦୪ ଏଫ୍ଏମ୍ ପକ୍ଷରୁ ‘ଚକ୍ଲେଟ୍ ଅଲ୍ରାଉଣ୍ଡର୍’ର ଗ୍ରାଣ୍ଡ ଫିନାଲେ ଗତ ୨୯ ତାରିଖରେ ହାଇଟେକ୍ ମେଡିକାଲ୍ କଲେଜରେ ଆୟୋଜିତ ହୋଇଯାଇଛି। ଏଥିରେ ଶ୍ରେଷ୍ଠ ବିବେଚିତ ତିନି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଆଜି ରେଡିଓ ଚକ୍ଲେଟ୍ ଷ୍ଟୁଡିଓକୁ ଅତିଥି ଭାବେ ନିମନ୍ତ୍ରିତ କରାଯାଇଥିଲା। ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ତଥା ରେଡିଓ ଅଲ୍ରାଉଣ୍ଡର କିଟ୍ ଛାତ୍ରୀ କସ୍ତୁରୀ ଦାସ ଆର୍.ଜେ କୋମଲଙ୍କ ‘ସକାଳର ପହିଲି ଗାଡ଼ିରେ’ ଅତିଥି ଭାବେ ଯୋଗ ଦେଇ ନିଜର କିଛି ଅନୁଭୂତି ବାଣ୍ଟିଥିଲେ। ପ୍ରତିଯୋଗିତାରେ ଦ୍ବିତୀୟ ହୋଇଥିବା ଏନ୍.ଏସ୍.ଏମ୍. ସିଟି କଲେଜର ସମୀର ଶେଖର ସିଂହ ଆର୍ଜେ ଅଭି ଓ ଆର୍ଜେ ନିଭିଙ୍କ ‘ଦୁଷ୍ଟ ଏଇ ଝିଅକୁ ନେଇ’ ସୋ’ରେ ଓ ତୃତୀୟ ଶ୍ରେଷ୍ଠ ପ୍ରତିଯୋଗୀ କିଟ୍ ଛାତ୍ରୀ ଶ୍ବେତା ଚକ୍ରବର୍ତ୍ତୀ ଆର୍ଜେ ଅନିଲଙ୍କ ‘ଭାଉଜ ନମସ୍କାର’ରେ ଉପସ୍ଥିତ ରହି ନିଜ ମନ କଥା ଶ୍ରୋତାଙ୍କ ସହ ବାଣ୍ଟିଥିଲେ। ଶ୍ରୋତାମାନେ ରେଡିଓ ଚକ୍ଲେଟ୍ର ଏହି ଅତିଥିମାନଙ୍କ ସହ କଥାବାର୍ତ୍ତା ହୋଇ ଖୁବ୍ ମଜା ନେଇଥିଲେ।
ରେଡିଓ ଚକ୍ଲେଟ୍ରେ ଅତିଥି ହେଲେ ‘ଚକ୍ଲେଟ୍ ଅଲ୍ରାଉଣ୍ଡର୍’
/sambad/media/post_attachments/wp-content/uploads/2018/10/all-rounder-WINNER.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)