‌‌ରେଡ଼ିଓ ଚକ୍‌ଲେଟ୍‌ର ନୂଆ ଗୀତ ‘ଗୋରୀ ତତେ ଉଠେଇନେବି’

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ତଥା ଯାତ୍ରା ଜଗତର ଲୋକପ୍ରିୟ ଅଭିନେତାଙ୍କ ଅଭିନୟରେ ଦର୍ଶକ ସବୁବେଳେ ପ୍ରଭାବିତ ହୋଇଥାନ୍ତି। ଏଥିରୁ ବାଦ୍ ବା ପଡ଼ିବେ କିପରି? ଏହି ଭାବଧାରାକୁ ନେଇ ଡ. ନିର୍ମଳ ନାୟକଙ୍କ ରଚିତ ଗୀତ ‘ଗୋରୀ ତତେ ଉଠେଇନେବି’ ରେଡିଓ ଚକ୍‌ଲେଟ୍‌-୧୦୪ ଏଫଏମ୍‌ରେ ଗୁରୁବାର ମୁକ୍ତିଲାଭ କରିଛି। ଗୀତଟିକୁ କଣ୍ଠଦାନ କରିଛନ୍ତି ତାରିକ୍ ଅଜିଜ୍। ସଂଗୀତ ନିର୍ଦେଶନା ଦେଇଛନ୍ତି ଶ୍ରୀକାନ୍ତ ପଣ୍ଡା। ଗୀତର ପ୍ରୋଗ୍ରାମିଂ ଅଭିଷେକ କରିଥିବା ବେଳେ ରେକର୍ଡିଂ ଓ ମିକ୍ସିଂ ଦାୟିତ୍ୱ ତୁଲାଇଛନ୍ତି ସ୍ମୃତି ରଂଜନ। ଗୀତର ଷ୍ଟୁଡିଓ ଭର୍ସନରେ କ୍ୟାମେରା ଦାୟିତ୍ୱ ବହନ କରିଛନ୍ତି ସନ୍ତୋଷ। ପୋଷ୍ଟର ଡିଜାଇନ୍‌ ହାଡୁକିଶୋର କରିଥିବା ବେଳେ ଏଡିଟିଂ ଗ୍ରାଫିକ୍ସ୍ କରିଛନ୍ତି ଅରୁଣ ଦାସ। ଗୀତଟି ରେଡ଼ିଓ ଚକ୍‌ଲେଟ୍‌ର ଅଫିସିଆଲ ୟୁ-ଟ୍ୟୁବ୍ ଚ୍ୟାନଲ୍‌ରେ ରିଲିଜ୍ ହୋଇଯାଇଛି। ରେଡ଼ିଓ ଚକ୍‌ଲେଟ୍‌ର ଆପ୍‌ରେ ମଧ୍ୟ ଗୀତଟି ଉପଲବ୍ଧ। ଅନ୍ୟ ଗୀତଗୁଡ଼ିକ ଭଳି ଶ୍ରୋତାମାନଙ୍କୁ ଏ ଗୀତଟି ବି ବେଶ୍‌ ଛୁଇଁବ।

ସମ୍ବନ୍ଧିତ ଖବର