ରେଡିଓ ଚକଲେଟର ମିଠା ମିଠା ଖ୍ରୀଷ୍ଟମାସ

ଭୁବନେଶ୍ବର: ଓଡ଼ିଶାର ନମ୍ବର-୧ ଏଫଏମ୍‌ ରେଡିଓ ଚ‌କୋଲେଟ୍‌-୧୦୪ ପକ୍ଷରୁ ବଡ଼ଦିନ ସନ୍ଧ୍ୟାରେ ଏସପ୍ଲାନେଡ୍‌ ଲନ୍‌ରେ ‘ମିଠା ମିଠା ଖ୍ରୀଷ୍ଟମାସ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଓଲିଉଡ୍‌ କଣ୍ଠଶିଳ୍ପୀ ସ˚ଗ୍ରାମ ମହାନ୍ତି, ଗାୟିକା ପ୍ରଜ୍ଞା ହୋତା ଓ ଅମ୍ରିତା ଭାରତୀ ପଣ୍ତା ନିଜର ଯାଦୁକରୀ ସ୍ବରରେ ଧୁମ୍‌ ମଚେଇଥିଲେ। ଏହି ଅବସରରେ ଛୋଟଛୋଟ ପିଲାଙ୍କ ଭିତରେ ନାଚ, ବଲ ଗେମ୍‌ ଏବଂ ଦମ୍ପତିମାନଙ୍କ ଭିତରେ ନାଚ ଓ ଦଉଡ଼ି ଗଣ୍ଠି ଖୋଲିବା ପ୍ରତିଯୋଗିତା ହୋଇଥିଲା। ସାନ୍ତା ରୂପରେ ସତ୍ୟବ୍ରତ ମହାନ୍ତି ପ୍ରତିଯୋଗୀଙ୍କୁ ଉପହାର ବାଣ୍ଟିଥିଲେ। ଦୁଇ ବିଜେତା ଦମ୍ପତିଙ୍କୁ ମସ୍କୁଆରାଡେ ନାଇଟ ତରଫରୁ ଡିସେମ୍ବର ୩୧ ତାରିଖ ପାଇଁ ୪ଟି ପାସ୍‌ ଉପହାର ସ୍ବରୂପ ଦିଆଯାଇଥିଲା। ଏହି ଅବସରରେ ମଞ୍ଚ ଉପରେ ପିଲାମାନଙ୍କ ସହ କେକ୍‌ କାଟିଥିଲେ ହନିବ୍ଲିସ୍‌ର ଏମଡି ବାଲାଜୀ କୁମାର ପାତ୍ର। ଆରଜେ କୋମଲ, ଆରଜେ ଅନିଲ, ଆରଜେ ନିଭି, ଆରଜେ ଅଭି ମଞ୍ଚ ପରିଚାଳନା କରିଥିଲେ। ତେବେ ଏସପ୍ଲାନେଡ, ଅମରାବତୀ, ଭୁବନେଶ୍ବର ଟେଷ୍ଟ ଫାକ୍ଟ୍ରି, କନକ ମହାଲକ୍ଷ୍ମୀ ଜୁଏଲର୍ସ ତରଫରୁ ଉପହାର ପ୍ରଦାନ କରାଯାଇଥିଲା। ଆର୍‌ଜେ ନିଲ ଓ ଆରଜେ କୋୟଲ ଫେସ୍‌ବୁକ ଲାଇଭ ଓ ରେଡିଓ ଓବି ଦାୟିତ୍ବରେ ଥିଲେ। ସୁବ୍ରତ ସ୍ବାଇଁ, ସୌମିତ୍ରୀ ପଲାଇ, ଶ୍ରୀକାନ୍ତ ପଣ୍ତା, ଅବିନାଶ ବିଶୋୟୀ ବୈଷୟିକ ସହାୟତା ଯୋଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର