ରେଡିଓ ଚକ୍‌ଲେଟ୍‌ର ନୂଆ ରୋମାଣ୍ଟିକ୍‌ ଗୀତ ‘ମୋ ଆଖି ଆଇନା’

ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ ଏଫ୍ଏମ୍ ରେଡିଓ ଚକ୍‌ଲେଟ୍‌ର ନୂଆ ରୋମାଣ୍ଟିକ୍‌ ଗୀତ ‘ମୋ ଆଖି ଆଇନା’ ରିଲିଜ୍‌ ହୋଇଯାଇଛି। ମନକୁ ଛୁଇଁଲା ପରି ଏହି ଗୀତଟିକୁ ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ ଗାୟକ କୁମାର ବାପି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କାର୍ତ୍ତିକ କୁମାର। ଗୀତ ରଚନା ଗୁରୁ ଶତପଥୀ କରିଥିବା ବେଳେ ସଙ୍ଗୀତ ପରିଚାଳନାର ଦାୟିତ୍ୱ ନିର୍ବାହ କରିଛନ୍ତି ପ୍ରଫୁଲ୍ଲ ବେହେରା। ମିଲନ୍ ଷ୍ଟୁଡିଓ ଏବଂ ଏମ୍ଆର୍ଆର୍ ଷ୍ଟୁଡିଓରେ ଗୀତଟି ରେକର୍ଡିଂ ଓ ମିକ୍ସିଂ ହୋଇଛି। ରେଡିଓ ଚକ୍‌ଲେଟ୍‌‌େର ଶୁକ୍ରବାର ପୂର୍ବାହ୍ଣ ୧୦ଟାରୁ ଆର୍‌ଜେ କୋମଲଙ୍କ ‘ସକାଳର ପହିଲି ଗାଡ଼ିରେ’ କାର୍ଯ୍ୟକ୍ରମରୁ ଏହି ଗୀତଟି ଶ୍ରୋତାମାନେ ଶୁଣିପାରିବେ। ରେଡିଓ ଚକ୍‌ଲେଟ୍‌ ୟୁଟ୍ୟୁବ୍‌ ପେଜ୍‌ର ଷ୍ଟୁଡିଓ ଭର୍ସନରେ ଏହା ଉପଲବ୍ଧ। ଏଥିସହ ଶ୍ରୋତାମାନେ ରେଡିଓ ଚକ୍‌ଲେଟ୍‌ ଆପ୍‌ରେ ମଧ୍ୟ ଗୀତଟି ଶୁଣି ପାରିବେ। ଏହି ଆପ୍‌କୁ ଗୁଗଲ ପ୍ଲେ ଷ୍ଟୋର୍‌ କିମ୍ବା ଆପଲ ଷ୍ଟୋର୍‌ରୁ ଡାଉନ୍‌ଲୋଡ୍‌ କରି ପାରିବେ।

ସମ୍ବନ୍ଧିତ ଖବର