ରେଡିଓ ଚକଲେଟ୍‌ର ‘ଫ୍ୟାମିଲି ନମ୍ବର ୱାନ’

ଭୁବନେଶ୍ବର: ପରିବାରର ସଦସ୍ୟମାନଙ୍କ ମଧ୍ୟରେ ସଂପର୍କର ଡୋରକୁ ଆହୁରି ମଜଭୁତ କରିବାର ଚିନ୍ତାଧାରା ନେଇ ରେଡିଓ ଚକଲେଟ୍ ୧୦୪ ଏଫ୍ ଏମ୍, ଧୁମ୍ ମିଠା ଗତବର୍ଷ ଠାରୁ ଆରମ୍ଭ କରିଛି ‘ଫ୍ୟାମିଲି ନମ୍ବର ୱାନ୍’ କାର୍ଯ୍ୟକ୍ରମ। ଦୀପାବଳି ଅବସରରେ ଏବର୍ଷ ଫ୍ୟାମିଲି ନମ୍ବର ୱାନ୍‌ର ଦ୍ୱିତୀୟ ସଂସ୍କରଣ ଗତ ୧୩ ତାରିଖରୁ ଆରମ୍ଭ ହୋଇଛି। ଭୁବନେଶ୍ୱର ଏବଂ କଟକର ବିଭିନ୍ନ ଆପାର୍ଟମେଣ୍ଟକୁ ଯାଇ ଆର୍ ଜେ କୋମଲ୍, ଆର୍ ଜେ ନିଲ୍, ଆର୍ ଜେ ଅନିଲ୍, ଆର୍ ଜେ ନିଭି, ଏବଂ ଆର୍ ଜେ ଅଭି ପରିବାର ସଦସ୍ୟମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିଥିଲେ। ଏହି କ୍ରମରେ ରୟାଲ୍ ଲଗୁନ୍‌ରୁ ରବି ଝା ଓ ଭାବନା ଝା, ପିଡିଏନ୍ ଏକ୍ସୋଟିକାରୁ ମାନିନୀ ହୋତା, ଉତ୍କଳ ଆପାର୍ଟମେଣ୍ଟରୁ ଗାୟତ୍ରୀ ମହାପାତ୍ର, ମନୋରମା ଆପାର୍ଟମେଣ୍ଟରୁ ଅମୃତ ଏବଂ ମୌସୁମୀ ପ୍ରିୟଦର୍ଶିନୀ, ଡିଏନ୍ ଅକ୍ସି ପାର୍କରୁ ସୌମ୍ୟଶ୍ରୀ ଶୁଭଦର୍ଶିନୀ ଏବଂ ସପ୍ତର୍ଷି ଆପାର୍ଟମେଣ୍ଟରୁ ସ୍ନିଗ୍ଧା ଦାସ ଫାଇନାଲିଷ୍ଟ ଭାବେ ମନୋନୀତ ହୋଇଛନ୍ତି। ଫ୍ୟାମିଲି ନମ୍ବର ୱାନ୍‌ର ଗ୍ରାଣ୍ଡ ଫିନାଲେ ଆସନ୍ତା ୨୬ ତାରିଖ ଦିନ ଏସପ୍ଲାନେଡ୍ ୱାନ୍ ମଲ୍ ପରିସରରେ ଅନୁଷ୍ଠିତ ହେବ। ଫାଇନାଲିଷ୍ଟ ସମେତ ବିଜେତାମାନଙ୍କୁ ଟ୍ରଫି ଏବଂ ଉପହାର ପ୍ରଦାନ କରାଯିବ। ନାଚ, ଗୀତ, ମନୋରଞ୍ଜନ ଭରା ଏହି ସଂଧ୍ୟାରେ ଓଲିଉଡ୍ ଅଭିନେତା ସବ୍ୟସାଚୀ ଅତିଥି ଭାବରେ ଯୋଗଦେବେ। ଏଚଡିଏଫସି ବ୍ୟାଙ୍କ, ଏସପ୍ଲାନେଡ୍ ୱାନ୍, ପମା ଟି, ଭିଜନ୍ କେୟାର୍, ସୁଚିନନ୍ଦା ବୁଟିକ୍, ଆଇଏମ୍ ଓ ବାଜାର, ଟ୍ରିପପ୍ରୋସେସ୍ ଏବଂ ଆଣ୍ଡାମାନ୍ ଏକ୍ସପ୍ରେସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଫ୍ୟାମିଲି ନମ୍ବର ୱନ୍ ସିଜିନ୍-୨ର ପ୍ରାୟୋଜକ ଅଛନ୍ତି।

ସମ୍ବନ୍ଧିତ ଖବର