ରେଡିଓ ଚକଲେଟ୍‌ ଅଲରାଉଣ୍ଡର-୨ : ଗ୍ରାଣ୍ଡ୍‌ଫିନାଲେକୁ ଗଲେ ମନ୍ଦିରା, ଦେବଦତ୍ତ ଓ ଶୁଭଦୀପ୍‌

ଭୁବନେଶ୍ବର : ଓଡ଼ିଶାର ଲୋକପ୍ରିୟ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମ୍‌ ଆୟୋଜିତ ଚକଲେଟ୍‌ ଅଲ୍‌ରାଉଣ୍ଡରର ଦ୍ବିତୀୟ ଦିନର କାର୍ଯ୍ୟକ୍ରମ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ସ୍ଥିତ ରୟାଲ୍‌ କଲେଜ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି କଲେଜରେ ଆୟୋଜିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ ୪୧ଜଣ ଛାତ୍ରଛାତ୍ରୀ ଭାଗନେଇ ନାଚ, ଗୀତ, ଏକକ ଅଭିନୟ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଥିଲେ। ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଭାଗ୍ୟଶ୍ରୀ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ପ୍ରତିଭା ପ୍ରଦର୍ଶନକୁ ବିଚାର କରି ମନ୍ଦିରା ପ୍ରିୟଦର୍ଶିନୀ, ଦେବଦତ୍ତ ପଣ୍ଡା ଓ ଶୁଭଦୀପ୍‌ ସାହୁଙ୍କୁ ଫାଇନାଲିଷ୍ଟ ପାଇଁ ଯୋଗ୍ୟ ବିବେଚିତ କରିଥିଲେ। ‌ସେମାନେ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଗ୍ରାଣ୍ଡ୍‌ ଫିନାଲେରେ ନିଜର ପ୍ରତିଭା ପ୍ରଦର୍ଶନ କରିବେ। ଏହି କାର୍ଯ୍ୟକ୍ରମକୁ ଆର‌୍‌ଜେ ନୀଲ ଓ ଆର‌ଜେ କୋମଲ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର