ରାଜଧାନୀର ୩ଟି ପ୍ରମୁଖ ଆପାର୍ଟମେଣ୍ଟ୍ର ଅନ୍ତେବାସୀମାନେ ଚଳିତବର୍ଷର ଅନ୍ତର୍ଜାତୀୟ ମହିଳା ଦିବସକୁ ଧୁମ୍ଧାମ୍ରେ ପାଳନ କରିଛନ୍ତି। ରାଜ୍ୟର ପ୍ରମୁଖ ଏଫ୍ଏମ୍ ଚ୍ୟାନେଲ୍ ରେଡିଓ ଚକଲେଟ୍ ଓ କାର୍ କମ୍ପାନି ହୁଣ୍ଡାଇର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଚ, ଗୀତ ଏବଂ କ୍ବିଜ୍ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମହିଳାମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ବେଶ୍ ଖୁସି ଆଣିଥିଲା।
ଡିଏନ୍ ଅକ୍ସି ଆପାର୍ଟମେଣ୍ଟ୍
ଖଣ୍ଡଗିରି: ଡୁମୁଡୁମାସ୍ଥିତ ଡିଏନ୍ ଅକ୍ସି ଆପାର୍ଟମେଣ୍ଟ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ୫୦ରୁ ଊର୍ଦ୍ଧ୍ବ ଅନ୍ତେବାସୀ ଅଂଶଗ୍ରହଣ କରିଥିଲେ। ମହିଳାଙ୍କ ମଧ୍ୟରେ ବିଭିନ୍ନ ଖେଳ, ନୃତ୍ୟ, ଗୀତ, କ୍ବିଜ୍ ଓ ମ୍ୟୁଜିକ୍ ଚେୟାର୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆର୍ଜେ ପୂଜା କାର୍ଯ୍ୟକ୍ରମରେ ଆଙ୍କର ଭୂମିକା ତୁଲାଇଥିଲେ। ରେଡିଓ ଚକଲେଟ୍ ଓ ଆଦିତ୍ୟ ହୁଣ୍ଡାଇ ସୋ’ରୁମ୍ର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଫାଲକନ୍ କ୍ରେଷ୍ଟ୍
ଖଣ୍ଡଗିରି: ସମ୍ ହସ୍ପିଟାଲ ନିଟକସ୍ଥ ଫାଲକନ୍ କ୍ରେଷ୍ଟ୍ ଆପାର୍ଟମେଣ୍ଟରେ ଆୟୋଜିତ କାର୍ଯ୍ୟକ୍ରମରେ ହୁଣ୍ଡାଇ କମ୍ପାନିର ଗାଡ଼ିକୁ ନେଇ କ୍ବିଜ୍, ମ୍ୟୁଜିକ୍ ଚେୟାର, ପାସ୍ ଅନ୍ ଦ ପିଲୋ, ୱାକ୍ ଆଣ୍ଡ୍ ସେକ୍ ଭଳି ଖେଳ ହୋଇଥିଲା। ଆପାର୍ଟମେଣ୍ଟ୍ର ଅନ୍ତେବାସୀମାନେ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ବିଜେତାଙ୍କୁ ଏହି ଅବସରରେ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଆର୍ଜେ କୋମଲ ପରିଚାଳନା କରିଥିବା ବେଳେ ଟେକ୍ନିକାଲ ହେଡ୍ ସୁବ୍ରତ ସ୍ବାଇଁ ସହଯୋଗ କରିଥିଲେ। ଉତ୍କଳ ହୁଣ୍ଡାଇର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ।
ରୟାଲ ଲାଗୁନ୍ ଆପାର୍ଟମେଣ୍ଟ୍
ଚନ୍ଦ୍ରଶେଖରପୁର: ରଘୁନାଥପୁରସ୍ଥିତ ରୟାଲ ଲାଗୁନ୍ ଆପାର୍ଟମେଣ୍ଟ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆପାର୍ଟମେଣ୍ଟ୍ର ମହିଳାମାନେ ଆନନ୍ଦ ଉଲ୍ଲାସରେ ବିଭିନ୍ନ ପ୍ରକାର ଫନି ଗେମ୍ ଖେଳିଥିଲେ। ନୃତ୍ୟ, ଗୀତ ଓ କ୍ବିଜ୍ ଆଦି ହୋଇଥିଲା। ଅନେକ ଫନି ଗେମ୍ ଜରିଆରେ ଆପାର୍ଟମେଣ୍ଟର ଅନ୍ତେବାସୀମାନେ ହୁଣ୍ଡାଇ ଗାଡ଼ିର ବିଶେଷତା ସଂପର୍କରେ ବିଭିନ୍ନ ସୂଚନା ପାଇଥିଲେ। ଉତ୍କଳ ହୁଣ୍ଡାଇର ସିଇଓ ଭୂଷଣ ଗିରି ଏବଂ ସେଲସ୍ ମ୍ୟାନେଜର ସମୀର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଆର୍ଜେ ମହେଶ ଏହାକୁ ସଂଚାଳନ କରିଥିଲେ।