ରେଡିଓ ଚକ୍‌ଲେଟ୍‌ର ନୂଆ ରୋମାଣ୍ଟିକ ଗୀତ ‘ଚମକ ତୁ ଚାନ୍ଦିନୀର’

ଭୁବନେଶ୍ବର: ଓଡ଼ିଶାର ଲୋକପ୍ରିୟ ଏଫ୍‌ଏମ୍‌ ରେଡିଓ ଚକ୍‌ଲେଟ୍‌ ତାର ଶ୍ରୋତାମାନଙ୍କୁ ପ୍ରତି ଶୁକ୍ରବାର ଦିନ ନୂଆ ନୂଆ ଗୀତ ଭେଟି ଦେଉଛି ଏବଂ ପୂର୍ବ ଗୀତଠାରୁ ଆହୁରି ଭଲ ଗୀତ ଶୁଣେଇବାକୁ ଚେଷ୍ଟା ଜାରି ରଖିଛି। ଏ ସପ୍ତାହରେ ମୁକ୍ତିଲାଭ କରିଛି ନୂଆ ଗୀତ ‘ଚମକ ତୁ ଚାନ୍ଦିନୀର’। ଏହି ରୋମାଣ୍ଟିକ ଗୀତଟିକୁ ଗାଇଛନ୍ତି ହ୍ୟୁମାନ ସାଗର ଏବଂ ଗୀତଟିକୁ ଲେଖିଛନ୍ତି ଗୁରୁ ଶତପଥୀ। ସଙ୍ଗୀତ କାର୍ତିକ କୁମାର ଦେଇଥିବା ବେଳେ ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଫୁଲ୍ଲ ବେହେରା। ଗୀତଟି କଟକର ମିଲନ୍ ଷ୍ଟୁଡିଓ ଏବଂ ଏମ୍ଆର୍ଆର୍ ଷ୍ଟୁଡିଓରେ ରେକର୍ଡିଂ ଓ ମିକ୍ସିଂ ହୋଇଛି। ଗୀତଟିର ସୁଟିଂ ଓ ଏଡିଟିଂ କାର୍ଯ୍ୟ ସୌମ୍ୟ କରିଥିବା ବେଳେ ଡିଜାଇନ୍‌ ଏବଂ ଗ୍ରାଫିକ୍ସ କରିଛନ୍ତି ହାଡ଼ୁ କିଶୋର ଓ କୁମାର ଅରୁଣ। ଏଇ ଗୀତର କ୍ରିଏଟିଭ୍ ସୁପରଭିଜନ୍‌ରେ ଅଛନ୍ତି ସଂଗ୍ରାମ ମିଶ୍ର। ତେବେ ‘ହଜାରେ ହୃଦୟ’, ‘ପ୍ରେମ ଖେଳନା’, ‘ମୋ ଆଖି ଆଇନା’ ଭଳି ଏଇ ଗୀତଟି ଲୋକପ୍ରିୟ ହେବ ବୋଲି ରେଡିଓ ଚକ୍‌ଲେଟ୍ ଆଶା ରଖିଛି। ଶ୍ରୋତାମାନେ ଗୀତଟି ରେଡିଓ ଚକ୍‌ଲେଟ୍‌ରେ ଶୁଣିବା ସହିତ ଏହାର ଷ୍ଟୁଡିଓ ଭର୍ସନ ରେଡିଓ ଚକ୍‌ଲେଟ୍‌ର ୟୁଟ୍ୟୁବ୍ ପେଜ୍‌ରେ ଦେଖିପାରିବେ। ଏହା ସହ ରେଡିଓ ଚକ୍‌ଲେଟ୍‌ ଆପ୍‌ରେ ଗୀତଟିକୁ ଶୁଣିବା ପାଇଁ ରେଡିଓ ଚକ୍‌ଲେଟ୍‌ର ଆପ୍‌କୁ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ଷ୍ଟୋରରୁ ଡାଉନଲୋଡ କରି ପାରିବେ।

ସମ୍ବନ୍ଧିତ ଖବର