ରେଡିଓ ଚକ୍‌ଲେଟ୍‌ରେ ନୂଆ ଗୀତ ‘ଜୀବନକୁ ଜାଳିଦେଲା ପରେ’

ଭୁବନେଶ୍ବର: ସମାଜରେ ପ୍ରତିଫଳିତ ହେଉଥିବା ପ୍ରେମ ଓ ପ୍ରତାରଣାର ଚିତ୍ରକୁ ଆଧାର କରି ଓଡ଼ିଶାର ନମ୍ବର ୱାନ୍ ଏଫ୍ଏମ୍‌ ରେଡିଓ ଚକ୍‌ଲେଟ୍‌ ପ୍ରସ୍ତୁତ କରିଛି ହୃଦୟକୁ ଭିଜେଇ ଦେଲା ପରି ଗୀତ ‘ଜୀବନକୁ ଜାଳିଦେଲା ପରେ’। ଶୁକ୍ରବାର ସନ୍ଧ୍ୟା ୬ଟାରେ ମୁକ୍ତିଲାଭ କରିଥିବା ଏହି ଗୀତଟିକୁ ଲେଖିଛନ୍ତି ଗୁରୁ ଶତପଥୀ ଓ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା। ଗୀତଟିର ସଙ୍ଗୀତ ନିର୍ଦ୍ଦେଶନା କାର୍ତ୍ତିକ କୁମାର ଦେଇଥିବା ବେଳେ ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଫୁଲ୍ଲ ବେହେରା। ମିଲନ ଷ୍ଟୁଡିଓ ଏବଂ ଏମ୍.ଆର୍ ଷ୍ଟୁଡିଓରେ ଗୀତର ରେକର୍ଡିଂ ଓ ଡବିଂ କରାଯାଇଛି। ଗୀତଟିକୁ ଶ୍ରୋତାମାନେ ରେଡିଓ ଚକ୍‌ଲେଟ୍‌ରେ ଶୁଣିପାରିବେ। ସେହିପରି ରେଡିଓ ଚକ୍‌ଲେଟ୍‌ର ୟୁଟ୍ୟୁବ୍‌ରେ ଏହାର ଷ୍ଟୁଡିଓ ଭର୍ସନ ମଧ୍ୟ ଦେଖିପାରିବେ। ଏହାସହ ଶ୍ରୋତାମାନେ ରେଡିଓ ଚକ୍‌ଲେଟ୍‌ର ଆପ୍‌ରେ ମଧ୍ୟ ଗୀତଟି ଶୁଣିପାରିବେ।

ସମ୍ବନ୍ଧିତ ଖବର