ବାଲ୍ୟ ବିବାହକୁ ବିରୋଧ

ରେଡିଓ ଚକ୍‌ଲେଟ୍‌ରେ ବିଶ୍ୱ ଶିଶୁ ଦିବସ ଅବସରରେ ବିଶେଷ କାର୍ଯ୍ୟକ୍ରମ

ଭୁବନେଶ୍ୱର : ବିଶ୍ୱ ଶିଶୁ ଦିବସ ଅବସରରେ ରେଡିଓ ଚକ୍‌ଲେଟ୍‌ ପକ୍ଷରୁ ଆକ୍ସନ ଏଡ୍‌ ଓ ୟୁନିସେଫ୍‌ ସହଯୋଗରେ ବାଲ୍ୟବିବାହ ବିରୋଧରେ ଏକ ବିଶେଷ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ପୂରା କାର୍ଯ୍ୟକ୍ରମକୁ ଶିଶୁମାନେ ପରିଚାଳନା କରିଥିଲେ। ପିଲାମାନେ ଷ୍ଟେସନ୍‌ରେ ଆର୍‌ଜେ ଭାବେ ଉପସ୍ଥାପନା କରିବା ସହ ନାଟକ ଓ ଗୀତ ପରିବେଷଣ କରି ଥିଲେ। ପ୍ରୋଗ୍ରାମ୍‌, ସାଉଣ୍ଡ୍‌ର ସମ୍ପୂର୍ଣ୍ଣ ଦାୟିତ୍ୱ ନିଜେ ବହନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡର ସଭ୍ୟା ନମ୍ରତା ଚଢ଼ା ଓ ଓଡ଼ିଶା ୟୁନିସେଫ୍‌ର ପ୍ରତିନିଧି ଅଳକା ଗୁପ୍ତା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସସ୍ମିତା ମହାରଣା, ଦୀପ୍ତିମୟୀ ପାଳ, ଚାନ୍ଦିନୀ ନାୟକ, ମଧୁସ୍ମିତା ସାହୁ, ମିତାଞ୍ଜଳି ନାୟକ, ସମିତା ନାୟକ, ଗୀତାଞ୍ଜଳି ପଣ୍ଡା, ରୋଜାଲିନ୍‌ ବେହେରା, ପ୍ରଜ୍ଞା ପାରମିତା ବେହେରା ଓ ମାନିନୀ ରାଉତ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର