ଭୁବନେଶ୍ବର: ପଟିଆ କଲ୍ୟାଣପୁରସ୍ଥିତ ସ୍ବସ୍ତିବନରେ ରେଡିଓ ଚକଲେଟ୍‌ର ରଜଉତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଛି। ଏହି ଦୁଇଦିନିଆ ଉତ୍ସବରେ ୫୦୦ରୁ ଅଧିକ ଦୋଳି, ପାରମ୍ପରିକ ପିଠା, ମେହେନ୍ଦି, ଅଳତା, ସାଜସଜ୍ଜା ସାଙ୍ଗକୁ ମାଲଖମ୍ବ ନୃତ୍ୟ, ପାଇକ ନୃତ୍ୟ, ନାଟକ ‘ପ୍ରେମ ଚଢ଼େଇ’ ମୁଖ୍ୟ ଆକର୍ଷଣ ପାଲଟିଥିଲା।

Advertisment

ଭୁବନେଶ୍ୱର ରଜ ମହୋତ୍ସବ ସଦସ୍ୟ ବିଚିତ୍ରାନନ୍ଦ ସ୍ୱାଇଁ ଓ ସନତ ସ୍ୱାଇଁ ରେଡିଓ ଚକଲେଟ୍‌ର ଆର୍‌ଜେମାନଙ୍କ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରଜ ମହୋତ୍ସବ ପାଇଁ ଏକ ସ୍ବତନ୍ତ୍ର ରଜଗୀତ ପ୍ରସ୍ତୁତ ହୋଇଥିଲା। ଗୁରୁ ଶତପଥୀ ଏହାର ରଚନା କରିଥିଲା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୌମିତ୍ରୀ ପଲାଇ। କଣ୍ଠଶିଳ୍ପୀ ସଞ୍ଜୁ ମହାନ୍ତି ଓ କଲ୍ୟାଣପୁର ଗ୍ରାମର ଯୁବତୀମାନେ କଣ୍ଠଦାନ କରିଥିଲେ। ଉତ୍ସବରେ ଅଂଶଗ୍ରହଣକାରୀଙ୍କ ପାଇଁ ଆକର୍ଷଣୀୟ ପୁରସ୍କାର ଓ ଲକି-ଡ୍ରର ବ୍ୟବସ୍ଥା ହୋଇଥିଲା। ଅନୁରୂପ ଭାବେ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌, ଟ୍ରାଇଡେଣ୍ଟ ଗାଲାକ୍ସି, ସ୍ପେସ୍‌ ଟାଉନ୍‌ ଓ ଫାଲ୍‌କନ୍‌ କ୍ରେଷ୍ଟ୍‌ ଆପାର୍ଟମେଣ୍ଟ୍ ଓ ମାଲାବାର୍ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ୍‌ ଷ୍ଟୋର୍‌ରେ ‘ବରଷକେ ଥରେ ଆସିଛି ରଜ’ କାର୍ଯ୍ୟକ୍ରମ ପାଳିତ ହୋଇଥିଲା। କଣ୍ଠଶିଳ୍ପୀ ଏସ୍‌ ଜିତୁ, ମନସ୍ବିନୀ, ଯାଜ୍ଞଦତ୍ତ ଓ ସ୍ୱପ୍ନାଙ୍କ ଗୀତ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ରଜପାନ, ପୋଡ଼ପିଠା, ମେହେନ୍ଦି ଓ ରଜଦୋଳି ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ଉତ୍ସବରେ ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲ୍‌ସ, ମାଲାବାର୍‌ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ୍‌, ସ୍ମାର୍ଟ ବଜାର, ନାରାୟଣୀ ମୋଟର୍ସ, ଡିକାଥଲନ୍ ଓ ଆଓ ଏନ୍‌ଏକ୍ସଟି ସହଯୋଗ କରିଥିଲେ।