ପଞ୍ଚମ ଦିନରେ ଚକ୍‌ଲେଟ୍‌ ଅଲ୍‌ରାଉଣ୍ଡର

ଭୁବନେଶ୍ୱର : ଓଡ଼ିଶାର ନମ୍ବର ଓ୍ଵାନ୍‌ ଏଫ୍‌ଏମ୍‌ ରେଡିଓ ଚକ୍‌ଲେଟ୍‌ ଦ୍ୱାରା ଆରମ୍ଭ ହୋଇଥିବା ଚକ୍‌ଲେଟ୍‌ ଅଲ୍‌ରାଉଣ୍ଡର୍‌ ପ୍ରତିଯୋଗିତା ଆଜି ପଞ୍ଚମ ଦିନରେ ପହଞ୍ଚିଛି। ସତ୍ୟସାଇ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ୫୦ଜଣ ଛାତ୍ରୀ ଭାଗ ନେଇଥିଲେ। ଓଡ଼ିଆ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତାଙ୍କ ମିଠା ମିଠା ଗୀତର ତାଳେ ତାଳେ ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ। ନାଚ, ଗୀତ, କମେଡି ଓ ଗପକୁହା ପ୍ରତିଯୋଗିତାରେ ନିଶାଦ୍ରି ଡାକୁଆ, ପ୍ରୀତି ସିଂ ଓ ମନସ୍ମିତା ଶତପଥୀ ଫାଇନାଲକୁ ଉନ୍ନୀତ ହୋଇ ଟେକ୍‌ନୋ ଏବଂ ଓରାଇମୋ ମୁଖ୍ୟଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆର୍‌ ଜେ ନିଲ୍‌ ଓ ଆର୍‌ ଜେ କୋମଲ ପରିଚାଳନା କରିଥିବା ବେଳେ ମାନସ ପଢ଼ିଆରୀ, ଶ୍ରୀକାନ୍ତ ପଣ୍ଡା, ବେଦ ପ୍ରକାଶ, ସୁବ୍ରତ ସ୍ୱାଇଁ ଏବଂ ଅରୁଣ ସହଯୋଗ କରିଥିଲେ। ଅମ୍ବୃତ ଓ୍ଵାଟର୍‌, ଟେକ୍‌ନୋ ମୋବାଇଲ୍ସ, ଓରାଇମୋ, ଏଲ୍‌ ଆଇ ସି, ଲକ୍ଷ୍ମୀ ମୋବାଇଲ୍ସ, ବରାକାକରା ରାପିଡୋ ବାଇକ ଟାକ୍ସି, ଏସ୍‌ବିଆଇ, ସଫଲ, ଓ୍ଵାଟ୍‌ସ କୁକିଂ ଏହି କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିବା ବେଳେ ହିନ୍ଦୁସ୍ଥାନ ଆଡଭାର୍ଟାଇଜିଙ୍ଗ ଏଜେନ୍ସି ଆଉଟଡୋର୍‌ ପାର୍ଟନର୍‌ ଥିଲେ। ତେବେ ଆଗକୁ ହାଇଟେକ୍‌ କଲେଜ, ରାଜା ବଗିଚା ସିଟି କଲେଜ, କେଏମ୍‌ବିବି ଇଂଜିନିୟରିଂ କଲେଜରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର