ରେଡିଓ ଚକ୍‌ଲେଟ୍‌ର ‘ମିଠା ମିଠା ଖ୍ରୀଷ୍ଟମାସ’

ଭୁବନେଶ୍ବର : ବଡ଼ଦିନ ହେଉଛି ଖୁସିର ପର୍ବ। ଏହି ଖୁସିର ପର୍ବରେ ଖୁସି ବାଣ୍ଟିବା ପାଇଁ, ଓଡ଼ିଶାର ନମ୍ବର୍ ୱାନ୍ ଏଫ୍ଏମ୍ ଷ୍ଟେସନ୍ ରେଡିଓ ଚକ୍‌ଲେଟ୍‌ ୧୦୪ ଏଫ୍ଏମ୍, ଏସ୍‌ପ୍ଲାନେଡ୍‌ ସହଯୋଗରେ ପାଳନ କରୁଛି ‘ମିଠା ମିଠା ଖ୍ରୀଷ୍ଟମାସ’। ଏହି ଅବସରରେ ରେଡିଓ ଚକ୍‌ଲେଟ୍‌ ତରଫରୁ କୁନିକୁନି ପିଲାମାନେ ସାଣ୍ଟା ବେଶରେ ସଜେଇ ହୋଇଥିଲେ। ସମସ୍ତେ ଆର୍‌ଜେ କୋମଲଙ୍କ ସହ ଦିବ୍ୟଜ୍ୟୋତି ଆଶ୍ରମ ଯାଇ ଅନାଥ ପିଲାମାନଙ୍କୁ ଉପହାର ଓ ଚକ୍‌ଲେଟ୍‌ ଦେଇଥିଲେ। ଏହାପରେ ସେମାନେ ଏସ୍‌ପ୍ଲାନେଡ୍‌ ମଲ୍‌ରେ ମଧ୍ୟ ଉପହାର ବାଣ୍ଟିଥିଲେ। ପ୍ରଜ୍ଞାନ, ପ୍ରୟାଗ, ଅର୍ପିତା, ତ୍ରିପର୍ଣ୍ଣା, ସାଇ ଆରାଧ୍ୟା, ସାଇ ଶ୍ରଦ୍ଧା ଓ ଅଙ୍କିତ୍ ରେଡିଓ ଚକ୍ଲେଟ୍‌ ତରଫରୁ ଚକ୍‌ଲେଟ୍‌ ସାଣ୍ଟା ସାଜିଥିଲେ।

ପରେ ଶ୍ରୀକ୍ରିଷ୍ଣା ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ ଆର୍‌ଜେ ନିଭି୍, ଅର୍‌ଜେ କୋମଲ୍, ଆରଜେ ଅନିଲ ଏବଂ ଆର୍‌ଜେ ନୀଲ୍ ଏସ୍‌ପ୍ଲାନେଡ୍‌ ମଲ୍ ବୁଲାଇଥିଲେ। ଫୁଡ୍ କୋର୍ଟର ଅମରାବତୀରେ ମଧ୍ୟାହ୍ନ ଭୋଜନ ପରେ ବିଗ୍‌ବଜାରରେ ଫ୍ରି ସପିଙ୍ଗ୍ କରାଇଥିଲେ।

ସୂଚନା ଥାଉ କି, ‘ମିଠା ମିଠା ଖ୍ରୀଷ୍ଟମାସ୍‌’ ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ରେଡିଓ ଚକ୍‌ଲେଟ୍‌ ତରଫରୁ ଏସ୍‌ପ୍ଲାନେଡ୍‌ ମଲ ଲନ୍‌ରେ ସାଂସ୍କୃତିକ ସନ୍ଧ୍ୟା ‘ମିଠା ମିଠା ଖ୍ରୀଷ୍ଟମାସ’ ଅନୁଷ୍ଠିତ ହେବ। ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା, ଅମ୍ରିତା ଭାରତୀ ପଣ୍ଡା ଏବଂ ଚିତ୍ତରଂଜନ ସଂଗୀତ ପରିବେଷଣ କରିବେ।

ସମ୍ବନ୍ଧିତ ଖବର