ଆରମ୍ଭ ହେଲା ରେଡିଓ ମେଳା

ଭୁବନେଶ୍ବର: ଆଜିଠାରୁ ଭଞ୍ଜ କଳାମଣ୍ଡପରେ ଆରମ୍ଭ ହୋଇଛି ରେଡିଓ ମେଳା। ବିଶ୍ବ ରେଡିଓ ଦିବସ ଉପଲକ୍ଷେ ସାମାଜିକ ସଂଗଠନ ଆଉଟରିଚ୍ ତରଫରୁ ପଞ୍ଚମଥର ପାଇଁ ଏହି ମେଳାର ଆୟୋଜନ କରାଯାଉଛି। ଦେଶ ବିଦେଶର ବହୁ ରେଡିଓ ଷ୍ଟେସନ୍‌ ଏଥିରେ ସାମିଲ ହୋଇଛନ୍ତି। ଶହଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ, ଗ୍ରାମଫୋନ୍ ସହ ହାମ ରେଡିଓ ମେଳାର ମୁଖ୍ୟ ଆକର୍ଷଣ। ଆକାଶବାଣୀ ସମେତ ବିଭିନ୍ନ ଘରୋଇ ଏଫ୍‌ଏମ୍‌ ଚ୍ୟାନେଲ୍‌ ମେଳାରେ ନିଜର ଷ୍ଟଲ ଖୋଲିଛନ୍ତି। ଆକାଶବାଣୀର ଲୋକପ୍ରିୟ ପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂହ ଆଜିର ଏହି ମେଳାରେ ସମ୍ବାଦ ପଠନ କରିଥିଲେ। ମେଳା ଦେଖିବାକୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏପରିକି ବାଂଲାଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗର ଅନେକ ଶ୍ରୋତା ମେଳା ଦେଖିବାକୁ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଆଉଟରିଚ୍‌ର ମୁଖ୍ୟ ସୁବ୍ରତ କୁମାର ପତି, ଉପଦେଷ୍ଟା ଡ. ଶାନ୍ତନୁ ରଥ, ଦିଲ୍ଲୀପ ଶତପଥୀ ପ୍ରମୁଖ।

ସମ୍ବନ୍ଧିତ ଖବର