ଲଳିତ କଳା ଏକାଡେମିରେ ରଘୁନାଥ ମହାପାତ୍ରଙ୍କ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର: ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଶିଳ୍ପୀଗୁରୁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଲଳିତ କଳା ଏକାଡେମି, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏକାଡେମିର ଉପସଭାପତି ଶ୍ରୀନିବାସ ପଢ଼ିଆରୀଙ୍କ ଅଧ୍ୟକ୍ଷତା କରିଥିଲେ।

ଏଥିରେ ବରିଷ୍ଠ ଚିତ୍ରଶିଳ୍ପୀ ବିନୋଦ ମହାରଣା ମୁଖ୍ୟ ଅତିଥି, ପଦ୍ମଶ୍ରୀ ପ୍ରଭାକର ମହାରଣା, ତାରାକାନ୍ତ ପରିଡ଼ା ଏବଂ ବିଜୟ ପରିଡ଼ା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦିବଂଗତ ଶିଳ୍ପୀଙ୍କ ନିଷ୍ଠା ଓ ନିପୁଣତା ଆଗାମୀ ଯୁବ ଶିଳ୍ପୀମାନଙ୍କୁ ପ୍ରେରଣା ଦେବ ବୋଲି କହିଥିଲେ। ଅତିଥିମାନେ ସ୍ବର୍ଗତ ମହାପାତ୍ରଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ। ପ୍ରାରମ୍ଭରେ ଏକାଡେମିର ସଚିବ ପଞ୍ଚାନନ ସାମଲ ଅତିଥି ପରିଚୟ ଦେଇଥିବା ବେଳେ ଶ୍ୟାମସୁନ୍ଦର ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର