ଭୁବନେଶ୍ବର: ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ଶନିବାର ରାତିରେ ଗଣ୍ଡଗୋଳ ଓ ମାରପିଟ୍ ଘଟଣା ଦେଖିବାକୁ ମିଳିଛି। ରାଗିଂ ପାଇଁ ଏହି ଗଣ୍ଡଗୋଳ ହୋଇଥିବା କୁହାଯାଉଛି। ବରିଷ୍ଠ ଛାତ୍ରମାନେ କନିଷ୍ଠମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ରାଗିଂ କରୁଥିବା ବେଳେ ଜୁନିୟର ବିରୋଧ କରିବାରୁ ଏଭଳି ହୋଇଥିବା ସୂଚନା ମିଳିଛି।
ଉତ୍କଳ ବିଶ୍ଵବିଦ୍ୟାଳୟର ଆଇନ ମହାବିଦ୍ୟାଳୟରେ ଏହି ଗଣ୍ଡଗୋଳ ହୋଇଛି। କ୍ଷମା ମାଗିବାକୁ ନେଇ ଗଣ୍ଡଗୋଳ ହୋଇଛି। ଉତ୍କଳ ୟୁନିଭରସିଟି ଏଲ ଏଲ ବି ତୃତୀୟ ବର୍ଷର ଛାତ୍ର ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସତ୍ୟମେବ ସାହୁ ଓ ପ୍ରତ୍ୟୁଷ ଅମ୍ରିତ ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି ଏଲଏଲବି ଦ୍ଵିତୀୟ ବର୍ଷର ଛାତ୍ର। ଦେବେଶ ଜେନା ଓ ସତ୍ୟ ବାରିକଙ୍କୁ ମାଡ଼ ମାରିଛନ୍ତି। ଫଳରେ ଦେବେଶ ଜେନାଙ୍କ କାନ ଶୁଭୁନାହିଁ। ଏନେଇ ଛାତ୍ରମାନେ ସହିଦ ନଗର ଥାନାରେ ଦ୍ୱାରସ୍ଥ ହୋଇଛନ୍ତି।
Utkal University | Bhubaneswar
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/02/utkal-university-2025-09-02-21-19-10.jpg)