ବିଏମ୍‌ସି ପକ୍ଷରୁ ଫାଷ୍ଟଫୁଡ୍‌ ଦୋକାନରେ ଚଢ଼ଉ

ଭୁବନେଶ୍ବର: ଖାଦ୍ୟ ନିରାପତ୍ତାକୁ ନିଶ୍ଚିତ କରିବାକୁ ଆଜି ବିଏମ୍‌ସି ପକ୍ଷରୁ ସହରର ବିଭିନ୍ନ ଫାଷ୍ଟଫୁଡ୍‌ ଓ ରେସ୍ତୋରାଁରେ ଚଢ଼ଉ ହୋଇଛି। ଏଥିପାଇଁ ୧୬ ବ୍ୟବସାୟୀଙ୍କୁ ଜରିମାନା କରାଯାଇଥିବା ବେଳେ ୧୦ କେଜିରୁ ଊର୍ଦ୍ଧ୍ବ ନକଲି ରଙ୍ଗ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ପାର୍ବଣ ଋତୁ ଆସୁଥିବାରୁ ଖାଦ୍ୟ ସଂକ୍ରମଣ ରୋକିବା ପାଇଁ ଏହି ଚଢ଼ଉ ଜୋରଦାର ହୋଇଥିବା ଜଣାପଡ଼ିଛି। ୟୁନିଟ୍‌-୪ ଓ ସହିଦନଗର ଅଞ୍ଚଳରେ ଗୁପ୍‌ଚୁପ୍‌, ଚାଟ୍‌, ଫାଷ୍ଟଫୁଡ୍‌ ଦୋକାନରେ ଚଢ଼ଉ ହୋଇଥିବା ବେଳେ ଗ୍ୟାଲେରିଆ ମଲ୍‌ର ଫୁଡ୍‌କୋଟ୍‌ରେ ମଧ୍ୟ ଚଢ଼ଉ ହୋଇଛି।

ସମ୍ବନ୍ଧିତ ଖବର