ଆଇଡି ମାର୍କେଟରେ ହେଲା ଚଢ଼ଉ : ଡଷ୍ଟବିନ୍ ଯାଞ୍ଚ ହେଲା, ପଲିଥିନ୍ ପାଇଁ ଜରିମାନା କଟା ହେଲା

ଉତ୍ତର ଜୋନ୍‌ରୁ ୪୧ ହଜାର ଜରିମାନା ଆଦାୟ

ଭୁବନେଶ୍ବର : ପ୍ରତି ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଦୁଇଟି ଡଷ୍ଟବିନ୍ ରଖିବା ବାଧ୍ୟତାମୂଳକ କରାଯାଇଛି। ଏନେଇ ବିଏମ୍‌ସି ପକ୍ଷରୁ ଲଗାତର ତିନିଦିନ ପ୍ରଚାର କରିବା ପରେ ଆଜିଠାରୁ ଚଢ଼ଉ ଆରମ୍ଭ ହୋଇଛି। ବିଏମ୍‌ସିର ସେଣ୍ଟ୍ରାଲ ସ୍କ୍ବାଡ୍‌, ଦକ୍ଷିଣ-ପଶ୍ଚିମ ଜୋନ୍‌ ଉଚ୍ଛେଦକାରୀ ଟିମ୍, ମାର୍କେଟ୍ ସ୍କ୍ବାଡ୍‌ ଓ କମିସନରେଟ୍‌ ପୁଲିସ ପକ୍ଷରୁ ମଧ୍ୟାହ୍ନରେ ନୂଆପଲ୍ଲୀସ୍ଥିତ ଇନ୍ଦ୍ରଧନୁ ମାର୍କେଟରେ ଚଢ଼ଉ କରାଯାଇଥିଲା। ହେଲେ ସ୍କ୍ବାଡ୍‌ ନଜରରେ କେହି ଖିଲାପକାରୀ ପଡ଼ିନଥିଲେ। ସବୁ ଦୋକାନ ସମ୍ମୁଖରେ ଦୁଇଟି ଲେଖାଏଁ ଡଷ୍ଟବିନ୍ ଥିବାରୁ କାହାଠାରୁ ଜରିମାନା ଆଦାୟ ହୋଇପାରିନଥିଲା। ଏହାପରେ ସଦଳବଳ ସ୍କ୍ବାଡ୍‌ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ଓ ପଲିଥିନ୍ ଯାଞ୍ଚ କରିଥିଲେ। ତିନିଟି ଦୋକାନରେ ଏହି ସାମଗ୍ରୀ ମିଳିବାରୁ ସମସ୍ତଙ୍କ ଠାରୁ ୨୫୦ଟଙ୍କା ଲେଖାଏଁ ଜରିମାନା ଆଦାୟ ହୋଇଥିଲା। ଡଷ୍ଟବିନ୍ ଯାଞ୍ଚ କରିବାକୁ ଯାଇଥିବା ସ୍କ୍ବାଡ୍‌ ପଲିଥିନ୍ ଓ ପ୍ଲାଷ୍ଟିକ୍ ଯାଞ୍ଚ କରି ମୋଟ୍‌ ୭୫୦ଟଙ୍କାର ଜରିମାନା ଧରି ଫେରିଥିଲେ।

ଉତ୍ତର ଜୋନ୍‌ରୁ ୪୧ ହଜାର ଜରିମାନା ଆଦାୟ
ଭୁବନେଶ୍ବର : ବିଏମ୍‌ସିର ଉତ୍ତର ଜୋନ୍‌ ପକ୍ଷରୁ ଆଜି ବିଭିନ୍ନ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଡଷ୍ଟବିନ୍ ଯାଞ୍ଚ ହୋଇଥିଲା। ଯେଉଁମାନେ ଦୁଇଟି ଲେଖାଏଁ ଡଷ୍ଟବିନ୍ ରଖିନଥି‌େଲ ସେମାନଙ୍କ ଠାରୁ ଜରିମାନା ଆଦାୟ ହୋଇଥିଲା। ୫୨୦ଜଣଙ୍କ ଠାରୁ ୪୧ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର