କରୋନା କଟକଣା : ଇନ୍ଦ୍ରଧନୁ ମାର୍କେଟ୍‌ରେ ଚଢ଼ଉ ପରେ ଦୋକାନ ବନ୍ଦ

ଭୁବନେଶ୍ୱର : ବିଏମ୍‌ସି ପକ୍ଷରୁ ବୁଧବାର ନିର୍ଦ୍ଦେଶନାମା ଜାରି ହୋଇଥିଲା ଯେ ୧୭ଟି ହାଟ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ସଂଧ୍ୟା ୬ଟା ପରେ କୌଣସି ହାଟ ଖୋଲିବନି। ହାଟରେ ବ୍ୟବସାୟୀମାନେ ବିଏମ୍‌ସି ନିୟମାବଳୀ ମାନୁଛନ୍ତି କି ନାହିଁ ତାହା ଆଜି ଯାଞ୍ଚ କରାଯାଇଥିଲା। କେତେକ ସ୍ଥାନରେ ବ୍ୟବସାୟୀମାନେ ସ୍ବତଃସ୍ଫୂର୍ତ୍ତ ଭାବେ ଦୋକାନ ବନ୍ଦ କରିଦେଇଥିଲେ ହେଁ କିଛି ବ୍ୟବସାୟୀ ଲୁଚାଛପାରେ ବ୍ୟବସାୟ କରୁଥିଲେ। ବିଏମ୍‌ସି ସ୍କ୍ବାଡ୍‌କୁ ଦେଖି ଦୋକାନ ବନ୍ଦ କରିଦେଉଥିବା ଦେଖିବାକୁ ମିଳିଥିଲା। ଆଜି ଯେପରି ସଂଧ୍ୟା ପରେ ହାଟର ଦୋକାନ ବଜାର ଖୋଲା ନ ରହିବ, ସେଥିପା‌ଇଁ ହାଟର ଲାଇନ୍ କାଟି ଦିଆଯାଇଥିଲା। କିନ୍ତୁ ଇନ୍ଦ୍ରଧନୁ ମାର୍କେଟ୍‌ରେ କିଛି ବ୍ୟବସାୟୀ ଲାଇନ୍ କଟିବା ପରେ ବି ଟର୍ଚ୍ଚ/ବିକଳ୍ପ ଲାଇଟ୍ ଲଗାଇ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଥିଲା। ଏନେଇ ବିଏମ୍‌ସିରେ ଅଭିଯୋଗ ହେବା ପରେ ବିଏମ୍‌ସି ପକ୍ଷରୁ ଚଢ଼ଉ କରାଯାଇଥିଲା। ବ୍ୟବସାୟୀମାନଙ୍କୁ ଦୋକାନ ବନ୍ଦ କରିବାକୁ କୁହାଯାଇଥିଲା। ନଚେତ ଦୋକାନରେ ଥିବା ସାମଗ୍ରୀ ସିଜ୍ କରାଯିବ ବୋଲି କୁହାଯିବାରୁ ବ୍ୟବସାୟୀମାନେ ଦୋକାନ ବନ୍ଦ କରିଥିଲେ।

ସମ୍ବନ୍ଧିତ ଖବର