ଭୁବନେଶ୍ବର : କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ କମିସନରେଟ୍ ପୁଲିସ୍ ଆଜି ସଂଧ୍ୟାରେ ମାର୍କେଟ୍ ବିଲ୍ଡିଂରେ ଚଢ଼ଉ କରି ୭୫ରୁ ଊର୍ଧ୍ବ ଲୋକଙ୍କଠାରୁ ଜରିମାନା ଆଦାୟ କରିବା ସହ ୨ଟି ଦୋକାନକୁ ସିଲ୍ କରିଛି। ପୁଲିସ୍ ସୂଚନା ଅନୁଯାୟୀ, ଆଜି ମହାଷ୍ଟମୀ ହୋଇଥିବା ବେଳେ ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂରେ ଲୋକଙ୍କ ଭିଡ଼ ଜମିଥିଲା। ସଂଧ୍ୟା ବେଳକୁ ପୂରା ସ୍ଥିତି ଅସମ୍ଭାଳ ହୋଇଯାଇଥିଲା। ନା ଦୋକାନୀ ନା ଲୋକେ; କେହି ବି କରୋନା କଟକଣା ମାନି ନଥିଲେ।
ଖବର ପାଇ ଡିସିପି(ସିକ୍ୟୁରିଟି) ନିର୍ମଳ ଶତପଥୀଙ୍କ ନେତୃତ୍ବରେ ଏକ ପ୍ଲାଟୁନ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ କରିଥିଲା। ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯିବା ସହ କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପୁଲିସ୍ ୨ଟି ଦୋକାନକୁ ସିଲ୍ କରିଥିଲା। ଏହାବ୍ୟତୀତ ରାଜଧାନୀର ଅନ୍ୟ ମାର୍କେଟ୍ ଓ ଦୋକାନରେ ମଧ୍ୟ ଚଢ଼ଉ କରାଯାଇ ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/police-1.jpg)