ଦୁଇ କରତ କଳରେ ଚଢ଼ଉ : ୨୦ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ କାଠଗଣ୍ଡି ଜବତ

ବାଲିଅନ୍ତା : ଖୋର୍ଧା ଜିଲ୍ଲା ବନଖଣ୍ଡ ଓ ଦୁର୍ନୀତି ନିବାରଣ ବିଭାଗର ମିଳିତ ଟିମ୍‌ ଆଜି ପୂର୍ବାହ୍ନରେ ବାଲିପାଟଣା ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଥିବା ଦୁଇଟି କରତକଳ ଉପରେ ଚଢ଼ଉ କରି ବିପୁଳ ପରିମାଣର କାଠଗଣ୍ଡି ଓ ଯନ୍ତ୍ରାଂଶ ଜବତ କରିଛନ୍ତି। ଜବତ ସାମଗ୍ରୀର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସହକାରୀ ବନ ସଂରକ୍ଷକ ଦିଲ୍ଲୀପ କୁମାର ରାଉତ ସୂଚନା ଦେଇଛନ୍ତି। ସେହିପରି କରତ କଳ ଭିତରୁ ବିଭିନ୍ନ ମୂଲ୍ୟବାନ ଜିନିଷପତ୍ର, ଗୋଟିଏ ଟ୍ରାକ୍ଟର ଓ ସାଇଜ କାଠପଟା ଜବତ ହୋଇଥିଲା। କିନ୍ତୁ ଏକାଧିକ ବଡ଼ ଜେନେରେଟର୍‌କୁ ଅଧିକାରୀମାନେ ଜବତ କରିନାହାନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚଢ଼ଉ ବେଳେ ଶତାଧିକ ବନ କର୍ମଚାରୀ ଓ ପୁଲିସ ଫୋର୍ସ ସାମ୍ନାରେ କରତକଳ କର୍ମଚାରୀଙ୍କ ସମେତ କାଠ ମିସ୍ତ୍ରି ଓ ମାଲିକ ଖସି ପଳାଇଥିଲେ ହେଁ ପୁଲିସ ସେମାନଙ୍କୁ ଗିରଫ କରିପାରିନଥିଲା। ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ବାଲିପାଟଣା ଫରେଷ୍ଟ ରେଞ୍ଜ ଅଧୀନ ବାଲିଅନ୍ତା, ବାଲିପାଟଣା ଓ ପିପିଲିରେ ୨୦ରୁ ଅଧିକ ବେଆଇନ କରତକଳ ଦୀର୍ଘ ଦିନ ଧରି ଚାଲିଛି। ସେଥିମଧ୍ୟରୁ ସେଥିମଧ୍ୟରୁ ଆଜି କେବଳ ବାଲିଅନ୍ତା ବ୍ଲକ ଅଧୀନ ବାଳକାଟି ଭାର୍ଗବୀ ନଦୀପଠା ଓ ଝିଣ୍ଟିରେ ଥିବା ମାତ୍ର ଦୁଇଟି କରତକଳ ଉପରେ ଚଢ଼ଉ ହୋଇଥିଲା। କିନ୍ତୁ ଚଢ଼ଉ ସତ୍ତ୍ବେ ସଂଧ୍ୟାରେ କେତେଜଣ ସ’ମିଲ ମାଲିକ କାଠ ପେଡ଼ା ଜାରି ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର