ଭୁବନେଶ୍ବର : ପାର୍କିଂ ସ୍ଥାନରେ ଗୋଦାମ, ସପିଂ ମଲ୍‌ରେ ଚଢ଼ଉ

ଭୁବନେଶ୍ବର : ପାର୍କିଂ ପାଇଁ ଥିବା ଅଞ୍ଚଳରେ ଗୋଦାମ ହୋଇଛି। ମଲ୍‌ର ବିଭିନ୍ନ ସାମଗ୍ରୀ ଏଠାରେ ଜମା ହୋଇ ରହିଛି। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଶାସ୍ତ୍ରୀନଗର ନିକଟସ୍ଥ ଦି ୱାର୍ଲଡ ମଲ୍‌ରେ। ବିଡିଏ କର୍ତ୍ତୃପକ୍ଷ ଗତ ଶୁକ୍ରବାର ଏହି ମଲ୍‌ରେ ଅଚାନକ ଚଢ଼ଉ କରିଥିବା ବେଳେ ପାର୍କିଂ ଅଞ୍ଚଳରେ ଗୋଦାମ ହୋଇଥିବା ଦେଖିବାକୁ ମିଳିଥିଲା। ଏହାପରେ ଏହି ଅଞ୍ଚଳକୁ କେବଳ ଗାଡ଼ି ପାର୍କିଂ ପାଇଁ ବ୍ୟବହାର କରିବାକୁ ମଲ୍ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଆଗାମୀ ଦିନରେ ବି ବିଭିନ୍ନ ମଲ୍‌ରେ ଚଢ଼ଉ ହେବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର