ଭୁବନେଶ୍ୱର : ଲକ୍ଷ୍ମୀସାଗର ଥାନା ପୁଲିସ ପକ୍ଷରୁ ବୁଧବାର ରାତି ପ୍ରାୟ ସାଢ଼େ ୯ଟା ବେଳେ କଟକ ରୋଡ୍ ଅଞ୍ଚଳରେ ଥିବା ବିଭିନ୍ନ ବାର୍ରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ରିଓ୍ଵାଇଣ୍ଡ୍ ବାର୍ରୁ ୯ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି। ସେହିପରି କଟକ ରୋଡ୍ ଅଞ୍ଚଳରେ ଥିବା ଦୀପାଳି ଓ ଅଶୋକା ବାର୍ରେ ମଧ୍ୟ ଚଢ଼ଉ କରାଯାଇଥିବା ଥାନା ଅଧିକାରୀ ଦୟାନିଧି ନାୟକ ସୂଚନା ଦେଇଛନ୍ତି। କେତେକ ବାର୍ରେ ଅବକାରୀ ନିୟମ ପାଳନ କରାଯାଉ ନଥିବା ସଂପର୍କରେ ଚଢ଼ଉ ସମୟରେ ପୁଲିସ ଜାଣିବାକୁ ପାଇଛି। ଯେଉଁ ବାର୍ ଏହି ନିୟମଗୁଡ଼ିକ ପାଳନ କରୁ ନାହାନ୍ତି ସେଗୁଡ଼ିକ ସିଲ୍ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି। ସେହିପରି ଏହି ଅଞ୍ଚଳରେ ଥିବା ଅନ୍ୟ ବାର୍ ଉପରେ ପର୍ଯ୍ୟାୟକ୍ରମେ ଚଢ଼ଉ କରାଯିବ ବୋଲି ସୂଚନା ମିଳିଛି।
ଉଲ୍ଲେଖନୀୟ ଯେ, କଟକ ରୋଡ୍ ଅଞ୍ଚଳ ଅପରାଧୀଙ୍କ ଚରଭୂଇଁ ପାଲଟିଥିବା ସଂପର୍କରେ ଏକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। କଟକ ରୋଡ୍ରେ ଥିବା ଏକାଧିକ ଡ୍ୟାନ୍ସ ବାର୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବାରୁ ଅପରାଧ ବଢ଼ୁଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ। ଗତ ଦୁଇ ସପ୍ତାହ ମଧ୍ୟରେ ଲକ୍ଷ୍ମୀସାଗର ଥାନ ଅଧୀନରେ ଥିବା କେତେକ ଅଞ୍ଚଳରେ ହତ୍ୟା, ବୋମା ମାଡ଼ ଓ ହଣାକଟା ଭଳି ଘଟଣା ଏପରି ଅଭିଯୋଗକୁ ସ୍ପଷ୍ଟ କରିଛି। ଏପରି ଅଭିଯୋଗ ଆସିବା ପରେ ବେଆଇନ ଭାବେ ଚାଲିଥିବା ବାର୍ ଓ ଡ୍ୟାନ୍ସ ବାର୍ଗୁଡ଼ିକ ଉପରେ ଚଢ଼ଉ କରାଯିବ ବୋଲି ଡସିପି ଅନୁପ ସାହୁ କହିଥିଲେ। ଏ ନେଇ ଆଜି ଲକ୍ଷ୍ମୀସଗାର ଥାନା ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଥାନା ଅଧିକାରୀ ଶ୍ରୀ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ କଟକ ରାଡ୍ ଅଞ୍ଚଳରେ ଥିବା ବିଭିନ୍ନ ବାର୍ରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ରିଓ୍ଵାଇଣ୍ଡ୍ ବାର୍ରୁ ୯ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲ। ଆଗକୁ ଏପରି ଚଢ଼ଉ ଜାରି ରହିବ ବୋଲି ସେ କହିଥିଲେ।
ବାର୍ରେ ଚଢ଼ଉ, ୯ ଯୁବତୀ ଉଦ୍ଧାର
/sambad/media/post_attachments/wp-content/uploads/2018/05/tapas-bar.jpg)