ଡ୍ୟାନ୍ସବାର୍‌ ଉପରେ ଚଢ଼ଉ ୧୦ ଯୁବତୀ ଉଦ୍ଧାର, ୪ ଅଟକ

ଭୁବନେଶ୍ୱର: ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାର୍‌ ଉପରେ ପୁଲିସର ଚଢ଼ଉ ଜାରି ରହିଛି। ଆଜି ସ୍ପେସାଲ୍‌ ସ୍କ୍ଵାଡ୍‌ ଓ ଲକ୍ଷ୍ମୀସାଗର ଥାନା ପୁଲିସ ପକ୍ଷରୁ ଚଢ଼ଉ କରାଯାଇ କଟକ ରୋଡ୍‌, କଳ୍ପନା ଓ ବାପୁଜୀନଗର ଅଞ୍ଚଳର କେତେକ ଡ୍ୟାନ୍ସ ବାର୍‌ରେ ଚଢ଼ଉ କରାଯାଇ ୧୦ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୪ ଜଣଙ୍କୁ ଅଟକ ରଖାଯାଇଛି। ପୁଲିସ ସୂଚନା ଅନୁଯାୟୀ କଟକରୋଡ୍‌ ସ୍ଥିତ ରେନ୍‌ ଦ କ୍ଲବ୍‌, କଳ୍ପନା ସ୍ଥିତ ଦୀପାଳି ଓ ବାପୁଜୀନଗର ସ୍ଥିତ ଓଇସି ବାର୍‌ରେ ଚଢ଼ଉ କରାଯାଇଥିଲା। ଦୀପାଳିରୁ ପୁଲିସ ୬ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ବାରରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ସମସ୍ତଙ୍କୁ ସର୍ଟ-ଷ୍ଟେ ହୋମ୍‌କୁ ପଠାଯାଇଛି। ସେହିପରି ଅଟକ ବାର୍‌ କର୍ମଚାରୀ ଓ ମ୍ୟାନେଜର୍‌ଙ୍କୁ ପଚରାଉଚାର କରାଯାଉଛି।

ସମ୍ବନ୍ଧିତ ଖବର