ବାଲିଅନ୍ତା: ଖୋର୍ଧା ଜିଲ୍ଲା ବନଖଣ୍ଡ ଅଧିକାରୀ ଓ ବନ ବିଭାଗ ରାଜ୍ୟ ଭିଜିଲାନ୍ସ ସ୍କ୍ବାଡ୍ ପକ୍ଷରୁ ଆଜି ପିପିଲି ଥାନା ହାଟଛକ ଅଞ୍ଚଳରେ ଦୀର୍ଘବର୍ଷ ଧରି ବେଆଇନ ଭାବେ ଚାଲିଥିବା ଏକ ଟିମ୍ବୋର ଡିପୋ ଓ ଫର୍ଣ୍ଣିଚର ୟୁନିଟରେ ଅତର୍କିତ ଚଢ଼ଉ କରାଯାଇଥିଲା। ଭିଜିଲାନ୍ସ ଓ ବନ ବିଭାଗର ଏହି ଚଢ଼ଉ ସମୟରେ ଡିପୋରୁ ୬୦.୪୬ ସିଫ୍ଟ ମୂଲ୍ୟବାନ କାଠଗଣ୍ଡି, ୯ଟି ପୋଲ ସମେତ ସାଇଜ ପଟା, କାଠଶେଣୀ ଜବତ କରାଯାଇଥିଲା। ଏହାଛଡ଼ା ଏଥିରେ ବ୍ୟବହୃତ ସ୍ୟାଣ୍ଡର, ୨୪ଟି ଇଲେଷ୍ଟ୍ରି କଟର ଓ ଡ୍ରିଲମେସିନ ଆଦି ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା। ଜବତ ସମସ୍ତ ସାମଗ୍ରୀର ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଭାଗୀୟ ଅଧିକାରୀମାନେ ଆକଳନ କରିଛନ୍ତି। ଏସବୁ ଜବତ ସାମଗ୍ରୀ ବନ ବିଭାଗ କର୍ତୃପକ୍ଷଙ୍କୁ ଭିଜିଲାନ୍ସ ଟିମ ହସ୍ତାନ୍ତର କରିଛି। ବାଳକାଟି ସ୍ଥିତ ବନ ବିଭାଗ କାର୍ଯ୍ୟାଳୟ ପରିସରରେ ଏହା ମହଜୁଦ କରଯାଇଛି । ଏନେଇ ଦୁଇ ପୃଥକ ମାମଲା ରୁଜୁ ହୋଇଛି। ବଡ଼ କଥା ହେଉଛି ଦୀର୍ଘ ବର୍ଷ ଧରି ଚଳାଇଥିବା କାଠଗୋଲା ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାରୁ ଗିରଫ କରାଯାଇ ପାରିନଥିବା ସୂଚନା ମିଳିଛି।
ବେଆଇନ କାଠଗୋଲାରେ ଚଢ଼ଉ, ଅଢ଼େଇ ଲକ୍ଷ ଟଙ୍କାର କାଠଗଣ୍ଡି, ଯନ୍ତ୍ରାଂଶ ଓ ଫର୍ଣ୍ଣିଚର ସାମଗ୍ରୀ ଜବତ
/sambad/media/post_attachments/wp-content/uploads/2020/11/fdh9s8f7h98sf798hshsfhfhhfhfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)