ହୁକା ବାର୍‌ରେ ଚଢ଼ଉ

ଭୁବନେଶ୍ୱର : ରାଜଧାନୀରେ ଆଜି ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟ ପକ୍ଷରୁ ରାଜଧାନୀର ହୁକା ବାର୍‌ରେ ଚଢ଼ଉ କରାଯାଇଥିଲା। ନିକଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିକୋଟିନ୍‌ଯୁକ୍ତ ଇ-ସିଗାରେଟ୍, ଇ-ହୁକା ଓ ଇ-ସିସାକୁ ନିଷିଦ୍ଧ ଘୋଷଣା କରାଯାଇଛି। ଏ ପରିପ୍ରେକ୍ଷୀରେ ଆଜି ରାଜଧାନୀର ପଟିଆ ଅଞ୍ଚଳରେ ଏକ ବାର୍‌ରେ ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟର ୨ଜଣିଆ ଟିମ୍ ସମେତ ଅବକାରୀ ଇନ୍‌ସପେକ୍ଟର ମିଳିତ ଭାବେ ଚଢ଼ଉ କରିଥିଲେ। ସେହି ବାର୍‌ରେ ହୁକା ଉପଲବ୍ଧ ହେଉଥିଲେ ହେଁ ଏଥିରେ ନିକୋଟିନ୍ ମିଶ୍ରଣ ହେଉନଥିବା ଜଣାପଡ଼ିଥିଲା। ଆଗାମୀ ଦିନରେ ରାଜଧାନୀ ସମେତ କଟକର ବିଭିନ୍ନ ବାର୍‌ରେ ଚଢ଼ଉ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର