ବାରଙ୍ଗ : ବାରଙ୍ଗ ରେଳଷ୍ଟେସନ୍ ନିକଟ ଦାଢ଼ାପାଟଣା ଗ୍ରାମ ପାଖ ୧୮୧ ନମ୍ବର ରେଳ ଫାଟକକୁ ନେଇ ସମସ୍ୟା ଦେଖାଦେଇଛି। ଆଜି ସମସ୍ୟାର ସମାଧାନ ଲାଗି କଟକ ସଂସଦ ଭର୍ତ୍ତୃହରି ମହତାବ, ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ, କଟକ ଜିଲ୍ଲାପାଳ ସୁଶାନ୍ତ କୁମାର ମହାପାତ୍ର, ବାରଙ୍ଗ ତହସିଲଦାର ବିଜୟାନନ୍ଦ ନାୟକଙ୍କ ସହ ଆସି ଉଭୟ କନକ ଦୁର୍ଗାପାଖ ଭୂତଳ ରାସ୍ତା ଓ ପୁରୁଣା ୧୮୨ ନମ୍ବର ରେଳ ଫାଟକ ଅଞ୍ଚଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସମସ୍ୟାର ସମାଧାନ ଲାଗି ଜିଲ୍ଲ ।ପରିଷଦ ସଭ୍ୟ ସସ୍ମିତା ସାହୁ, ଦାଢ଼ାପାଟଣା ସରପଞ୍ଚ ସ୍ନେହଲତା ବିଶ୍ୱାଳ, ସମିତି ସଭ୍ୟ ସଂଜୀବ ସାହୁଙ୍କ ସମେତ ସେଠାରେ ଉପସ୍ଥିତ ଅଞ୍ଚଳବାସୀ ଓ ଖୋର୍ଧା ଡିଭିଜନ ରେଳ ବିଭାଗ ଇଂ ରବୀନ୍ଦ୍ର କୁମାର ଯାଦବ, ଅର୍ବିଏନ୍ ଏଲ୍ ପଦ୍ମନାଭନ, ଏଡି.ଏନ୍ ଏସ୍ କେ ଦାସ, ଖୋର୍ଧା ଡିଭିଜନ ଡିଆରୟୁସିସି ଧର୍ମେଶ ନାୟକଙ୍କ ସହ ଆଲୋଚନା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସବୁ ଦିନ ପାଇଁ ପୁରୁଣା ୧୮୧ନମ୍ବର ଫାଟକକୁ ବନ୍ଦ ନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଆଲୋଚନା ପରେ ରେଳବିଭାଗ ଅଧକାରୀମାନେ ନିର୍ଧାରିତ ସମୟସୀମା ମଧ୍ୟରେ ଯାଞ୍ଚ କରି ନିର୍ମାଣ କାର୍ଯ୍ୟ ନ କରିବା ପର୍ଯ୍ୟନ୍ତ ପୁରୁଣା ଫାଟକ ଜନସାଧାରଣଙ୍କ ଲାଗି ଖୋଲା ରଖିବାକୁ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି।