ଭୁବନେଶ୍ବର: ରେଳ ବିଭାଗରେ ନିଯୁକ୍ତ ଦେବେ ବୋଲି କହି ପିଲାଙ୍କୁ ଠକୁଥିବା ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଚନ୍ଦ୍ରଶେଖର ଥାନା ପୁଲିସ୍ ଜେରା କରୁଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କିଛି ଯୁବକ ରେଳ ବିଭାଗର ଜଣେ ବରିଷ୍ଠ ଅଭିଯୋଗକାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ରେଳ ବିଭାଗରେ ନିଯୁକ୍ତ ଦେବେ ବୋଲି କହି ପ୍ରଶାନ୍ତ କୁମାର ବାଘ ୧୬ ଜଣ ପିଲାଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଛନ୍ତି। ପିଲାଙ୍କୁ ଚାକିରି ନଦେଇ ପାରି ୪ବର୍ଷ ହେଲା ଠକି ଚାଲିଥିଲେ ଏହି ସରକାରୀ ବାବୁ।
ଆଜି ଚତୁରତାର ସହ କିଛି ପିଲା ରେଳ ସଦନରେ ପସି ଏହି ରେଳ ବିଭାଗର ଠକ ଅଧିକାରୀ ପ୍ରଶାନ୍ତ କୁମାର ବାଘଙ୍କୁ କାବୁ କରିଥିଲେ। ପ୍ରଶାନ୍ତ କୁମାର ବାଘ ଦୌଡ଼ି ପଳାଉଥିବା ବେଳେ ସେମାନେ ତାଙ୍କୁ ଧରି ଚନ୍ଦ୍ରଶେଖର ଥାନା ପୁଲିସ୍ ଜିମା ଦେଇଛନ୍ତି। ଠକ ଅଧିକାରୀଙ୍କୁ ଥାନାକୁ ନେଇ ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/8349d3f4-c879-4767-9b60-a524f5be6af3.jpg)