ଭୁବନେଶ୍ବର : ଗତ ୨୪ ତାରିଖରେ ରେଳବାଇ ବୋର୍ଡ ଦ୍ୱାରା ଗୌହାଟୀଠାରେ ଅନୁଷ୍ଠିତ ସର୍ବଭାରତୀୟ ରେଳବାଇ ପେଣ୍ଟିଂ ପ୍ରତିଯୋଗିତାରେ ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥ ମୁଖ୍ୟାଳୟ କର୍ମଚାରୀ ଶ୍ୟାମସୁନ୍ଦର ଆଚାରୀ କ୍ରମାଗତଭାବେ ଦ୍ବିତୀୟ ଥର ପାଇଁ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ଗତବର୍ଷ ପରି ଏଥର ମଧ୍ୟ ଶ୍ରୀ ଆଚାରୀଙ୍କ ପେଣ୍ଟିଂଗୁଡ଼ିକ ସବୁ ମହଲରେ ଉଚ୍ଚ ପ୍ରଶଂସିତ ହୋଇପାରିଛି। ପ୍ରକୃତି ମଧ୍ୟରେ ପର୍ବତମାଳା ଓ ନଦୀ ସହିତ ରେଳ ବିଷୟବସ୍ତୁ ଉପରେ ଆଧାରିତ ଏହି ପେଣ୍ଟିଂଗୁଡ଼ିକ ଅତି ନିଖୁଣ ଭାବେ ଦର୍ଶାଯାଇଛି। ଦେଶର ବିଭିନ୍ନ ରେଳ ଜୋନ୍ରୁ ୨୪ ରେଳ କର୍ମଚାରୀ ଏହି ଜାତୀୟସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
ଗତବର୍ଷ ପ୍ରଥମଥର ପାଇଁ ନାଗପୁରଠାରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ‘ଟ୍ରାନ୍ସଫର୍ମିଂ ରେଲ୍ୱେଜ୍’ ବିଷୟବସ୍ତୁ ଉପରେ ଆଧାରିତ ଅତ୍ୟାଧୁନିକ ବୁଲେଟ୍ ଟ୍ରେନ୍ ପ୍ରଯୁକ୍ତିବିଦ୍ୟା ସହ ଗାନ୍ଧିଜୀଙ୍କ ଦେଶ ସ୍ୱାଧୀନତା ପୂର୍ବର ରେଳଯାତ୍ରାର ପ୍ରତିକୃତିକୁ ଅତି ନିଖୁଣ ଭାବେ ପେଣ୍ଟିଂଗୁଡ଼ିକରେ ଉପସ୍ଥାପିତ କରିଥିଲେ। ଯାହାକି ସମଗ୍ର ଦେଶରେ ବହୁଳ ଭାବେ ପ୍ରସାରିତ ହୋଇଥିଲା। ଗଞ୍ଜାମ ଜିଲ୍ଲାର ପାରଳା ନିବାସୀ ଶ୍ରୀ ଆଚାରୀ ୨୦୦୮ରୁ ପୂର୍ବତଟ ରେଳପଥରେ କାର୍ଯ୍ୟ କରୁଛନ୍ତି। ଶ୍ରୀ ଆଚାରୀ ପୂର୍ବରୁ ରାଜ୍ୟ ସରକାର ଓ ବିଭିନ୍ନ ସଂସ୍ଥାମାନଙ୍କ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/railway-3.jpg)