ଖୋର୍ଦ୍ଧାରୋଡ୍‌ରେ ଶେଷ ହେଲା ରେଳ ନିଯୁକ୍ତି ପତ୍ର ବଣ୍ଟନ ମେଳା

ଜଟଣୀ: ୨୪ ତାରିଖରୁ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳର କଲ୍ୟାଣ ମଣ୍ଡପରେ ଚାଲିଥିବା ରେଳ ନିଯୁକ୍ତି ମେଳା ଗତ ସଂଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଟିକେଟ୍‌ ନିରୀକ୍ଷକ, ବୁକିଂ କିରାଣୀ, ଅଫିସ୍ କିରାଣୀ, ଟ୍ରାକ୍ ମେଣ୍ଟେନର୍, କ୍ୟାରେଜ୍, ସିଗ୍‌ନାଲ, ଇଲେକ୍ଟ୍ରିକାଲ ଲୋକୋ ସେଡ୍‌, ଟୋକନ୍‌ ପୋର୍ଟର୍‌ ଭଳି ୧୦୭୬ଜଣଙ୍କୁ ନୂତନ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିଲା।

ଆସନ୍ତା ୨ତାରିଖରେ କଲ୍ୟାଣ ମଣ୍ଡପଠାରେ ଦୁଇଶହରୁ ଊର୍ଦ୍ଧ୍ବ ଟୋକନ ପୋର୍ଟର୍‌ମାନଙ୍କୁ ଏକକାଳୀନ ପ୍ରଶିକ୍ଷଣ ଦେଇ ଆବଶ୍ୟକ ସ୍ଥାନରେ ନିଯୁକ୍ତି ଦିଆଯିବ ବୋଲି ରେଳବାଇର ବରିଷ୍ଠ କାର୍ମିକ ଅଧିକାରୀ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ୧୫୦ରୁ ଊର୍ଦ୍ଧ୍ବ ତୃତୀୟ ଶ୍ରେଣୀ କର୍ମଚାରୀମାନଙ୍କୁ ମଧ୍ୟ ଏକକାଳୀନ ପ୍ରଶିକ୍ଷଣ ଦେଇ ଶୀଘ୍ର ନିଯୁକ୍ତି ଦେବା ପାଇଁ ଶ୍ରମିକ କଂଗ୍ରେସର ଶାଖା ସମ୍ପାଦକ ଏଲ୍‌.ଡି ମହାନ୍ତି ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର