ଭୁବନେଶ୍ବର : ଏବେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ରେ ପ୍ରବାସୀ ଶ୍ରମିକମାନେ ରାଜ୍ୟ ବାହାରୁ ଆସୁଥିବାବେଳେ ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ୍ରେ ବହୁ ଲୋକ ରାଜ୍ୟ ବାହାରକୁ ଯାଉଛନ୍ତି। ସମସ୍ତଙ୍କର ଯେପରି ନାମ ପଞ୍ଜୀକରଣ ହେବ, ଯାତ୍ରା ପୂର୍ବରୁ ଓ ପରେ ଥର୍ମାଲ୍ ସ୍କ୍ରିନିଂ ହେବ ସେଥିପାଇଁ ବିଏମ୍ସି ପକ୍ଷରୁ ୧୪ଟି ଟିମ୍ ଗଠନ ହୋଇଛି। ଭୁବନେଶ୍ବରରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍ ପାଇଁ ୭ଟି ଟିମ୍ ଗଠନ ହୋଇଥିବାବେଳେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଓ ଅନ୍ୟ ଟ୍ରେନ୍ ପାଇଁ ୭ଟି ଟିମ୍ ଗଠନ ହୋଇଛି। ଆଶ୍ଚର୍ଯ୍ୟର ବିଷୟ ଟିମ୍ରେ ୨୮ଜଣ ଶିକ୍ଷକ ଥିବାବେଳେ ଏଥରୁ ମାତ୍ର ୨ଜଣ ବିଏମ୍ସି ଅଞ୍ଚଳର। ବାକି ୨୬ଜଣ ଶିକ୍ଷକ ବିଏମ୍ସି ବାହାର ଅଞ୍ଚଳର। ବିଏମ୍ସିକୁ ଭୁବନେଶ୍ବର ଭିତରେ ଶିକ୍ଷକ ମିଳିଲେନି ନା ଶିକ୍ଷକମାନେ ଷ୍ଟେସନରେ ଡ୍ୟୁଟି କରିବାକୁ ରାଜି ହେଲେନି ତାହା ଜଣାପଡ଼ିନି। ଏହି ୧୪ଟି ଟିମ୍ ଯେପରି ସୂଚାରୁ ରୂପେ କାମ କରିବ ସେଥିପାଇଁ ସାଧାରଣ ପ୍ରଶାସନ ବିଭାଗର ଆଲୋକ କର ଏହାର ଦାୟିତ୍ବରେ ଅଛନ୍ତି।
ରେଳ ଷ୍ଟେସନରେ ସ୍କ୍ରିନିଂ ଓ ପଞ୍ଜୀକରଣ ପାଇଁ ୧୪ଟିମ୍
/sambad/media/post_attachments/wp-content/uploads/2020/05/railway-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)