ରେଳ ସଦନରେ ଟିକା ନେବେ ରେଳ କର୍ମଚାରୀ

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ରବିବାରଠାରୁ କାର୍ଯ୍ୟସ୍ଥଳୀରେ ଟିକାଦାନ ଅଭିଯାନ ଆରମ୍ଭ ହେବ। ଏଥିପାଇଁ ପୂର୍ବତଟ ରେଳପଥ କାର୍ଯ୍ୟାଳୟକୁ ବାଛିଛି ବିଏମ୍‌ସି। ରେଳ ସଦନର ଦକ୍ଷିଣ ବ୍ଲକର ଦ୍ବିତୀୟ ମହଲାରେ ଥିବା ଉଦୟଗିରି ହଲ୍‌‌ରେ ଟିକାଦାନ କାର୍ଯ୍ୟକ୍ରମ ହେବ। ଏଥିରେ ୧୦୦ଜଣ କର୍ମଚାରୀଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ଦିଆଯିବ। ୪୫ବର୍ଷରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ଟିକା ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଅପରପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ରବିବାର ଠାରୁ ଟିକା ଉତ୍ସବ ଆରମ୍ଭ ହେଉଥିବାବେଳେ ପୂର୍ବତଟ ରେଳପଥ କାର୍ଯ୍ୟା‌ଳୟରେ ଟିକାଦାନ କାର୍ଯ୍ୟକ୍ରମ ଏହାର ଏକ ଅଂଶବିଶେଷ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର