ମନ୍‌ସୁନ୍‌ ସପିଂ : ରେଡିୟମ୍‌ ରେନ୍‌କୋଟ, ବବି ପ୍ରିଣ୍ଟ୍‌ରୁ ମୋଟୁ ପତ୍‌ଲୁ ଛତା

ବର୍ଷା ଋତୁ ଆସିଛି। ଏହାକୁ ଲକ୍ଷ୍ୟରେ ରଖି ରାଜଧାନୀରେ ସୃଷ୍ଟି ହେଉଛି ସ୍ୱତନ୍ତ୍ର ବଜାର। ରେନ୍‌କୋଟ୍‌, ଛତାଠାରୁ ଆରମ୍ଭ କରି ଜୋତା, ପୋଷାକ ପର୍ଯ୍ୟନ୍ତ ପସରା ଖୋଲିଛି। ଖାଲି କାମଚଳା ଢଙ୍ଗରେ ଏସବୁ ଆଉ ଲୋକ ବ୍ୟବହାର କରୁନାହାନ୍ତି। ଏଥିରେ ବି ଷ୍ଟାଇଲ୍‌ ଓ ଫ୍ୟାସନ୍‌କୁ ଗୁରୁତ୍ୱ ଦିଆଯାଉଛି। ବର୍ଷାକୁ ଭିନ୍ନ ଓ ସୁନ୍ଦର କରିବା ପାଇଁ ଆରମ୍ଭ ହୋଇଗଲାଣି ମନ୍‌ସୁନ୍‌ ସପିଂ…

ବବି ପ୍ରିଣ୍ଟ୍‌ରୁ ମୋଟୁ ପତ୍‌ଲୁ ଛତା
ଆଜିକାଲି ପୋଷାକ ସହିତ ମ୍ୟାଚ କରି ନାମୀଦାମୀ କମ୍ପାନିର ରଙ୍ଗିନ୍‌ ଛତା ବଜାରକୁ ଆସୁଛି। ମହିଳାଙ୍କ ପାଇଁ ବବି ପ୍ରିଣ୍ଟ୍‌, ଫ୍ଲୋରାଲ୍‌ ପ୍ରିଣ୍ଟ୍‌ର ଛତା ଆଉ ଛୋଟ ପିଲାଙ୍କ ପ୍ରିୟ ମୋଟୁ ପତଲୁ ଛତାର ବେଶ୍‌ ଚାହିଦା ରହିଛି। ସେହିଭଳି ପିଙ୍କ୍‌, ପର୍ପଲ୍‌, ନୀଳ ଛତାକୁ ମହିଳାମାନେ ବେଶି ପସନ୍ଦ କରୁଛନ୍ତି ବୋଲି ପଣ୍ଡା ମାର୍ଟର ମ୍ୟାନେଜର୍‌ ମନୋଜ ମହାରଣା କହିଛନ୍ତି। ଏହାର ଦାମ୍‌ ୩୫୦ ଟଙ୍କାରୁ ଆରମ୍ଭ। ଏଥିସହ ଛୋଟ ପିଲାଙ୍କ ପାଇଁ ବହୁବିଧ ରଙ୍ଗର ଛତା ଉପଲବ୍ଧ ହେଉଛି।

ରେଡିୟମ୍‌ ରେନ୍‌କୋଟ
ବଜାରକୁ ଆସୁଥିବା ରେଡିୟମ ରେନ୍‌କୋଟ୍‌ ସହ ଟ୍ରାନ୍‌ସପାରେଣ୍ଟ୍‌ ରେନ୍‌କୋଟ୍‌କୁ ଯୁବପିଢ଼ି ପସନ୍ଦ କରୁଛନ୍ତି। ବଜାରରେ ପକେଟ୍‌କୁ ସୁହାଇଲା ଭଳି ବିଭିନ୍ନ ପ୍ରକାର ରେନ୍‌କୋଟ୍‌ ଉପଲବ୍ଧ ହେଉଛି। ଭଲ ବ୍ରାଣ୍ଡ୍‌ର ଷ୍ଟାଇଲିସ୍‌ ରେନ୍‌କୋଟ ମଧ୍ୟ ମିଳୁଛି। ଝିଅମାନଙ୍କର ବିଭିନ୍ନ ରଙ୍ଗର ସିଙ୍ଗିଲ୍‌ ଓ ସୁଟ୍‌ ରେନ୍‌କୋଟ ମିଳୁଥିବା ବେଳେ ପୁଅମାନଙ୍କର ପ୍ୟାଣ୍ଟ ସାର୍ଟ ଉପଲବ୍ଧ ହେଉଛି। ଏହାର ଦାମ୍‌ ୫୪୦ ଟଙ୍କାରୁ ଆରମ୍ଭ ହୋଇ ୩୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହା ବାଦ୍‌ ୟୁନିଟ୍‌-୧, ସହିଦ ନଗର ଆଦି ସ୍ଥାନରେ ରେନ୍‌କୋଟ୍‌ର ଅସ୍ଥାୟୀ ବଜାର ଖୋଲିଛି।

ସମ୍ବନ୍ଧିତ ଖବର