ରାଜଧାନୀରେ ସକାଳୁ ବର୍ଷା ପବନ ଆରମ୍ଭ

ଭୁବନେଶ୍ବର : ବୁଧବାର ଅପରାହ୍ନରେ କିମ୍ବା ସଂଧ୍ୟାରେ ବାତ୍ୟା ଅମ୍ଫାନ ସ୍ଥଳଭାଗ ଛୁଇଁବ। ହେଲେ ଏହା ପ୍ରଭାବରେ ରାଜଧାନୀରେ ବୁଧବାର ସକାଳୁ ସକାଳୁ ଜୋର୍‌ରେ ବର୍ଷା ପବନ ଆରମ୍ଭ ହୋଇଯିବ। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଭୁବନେଶ୍ବରରେ ଘଣ୍ଟା ପିଛା ୬୦ରୁ ୭୦କିମି ବେଗରେ ପବନ ବହିବ। ଏପରିକି ବର୍ଷା ୬୫ମିମିରୁ ୭୫ମିମି ପର୍ଯ୍ୟନ୍ତ ହେବ।

ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ରାଜଧାନୀରେ ଆଜି ସଂଧ୍ୟାରୁ ବର୍ଷା ପବନ ଆରମ୍ଭ ହୋଇଯାଇଥିଲେ ହେଁ ବାତ୍ୟା ଭଳି ବ‌ର୍ଷା ପବନ ହୋଇନି। କିନ୍ତୁ ବୁଧବାର ଭୋର୍‌ରୁ ବାତ୍ୟା ପାରାଦୀପ ପାଖାପାଖି ହେବା ବେଳକୁ ଏହା ପ୍ରଭାବରେ ଭୁବନେଶ୍ବରରେ ବର୍ଷା ପବନ ବଢ଼ିବ। ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏପରିକି ଏହା ୮୦ରୁ ୯୦ମିମି ପର୍ଯ୍ୟନ୍ତ ଛୁଇଁପାରେ। କିନ୍ତୁ ପୂରା ଖୋର୍ଦ୍ଧା ଜିଲ୍ଲାରେ ୬୦ରୁ ୭୦କିମି ବେଗରେ ପବନ ବହିବାର ସମ୍ଭାବନା ଅଛି।

ଅପରପକ୍ଷେ ବର୍ଷାକୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ହୋଇଛି। ରାଜଧାନୀରେ ଯେପରି ଜଳବନ୍ଦୀ ସମସ୍ୟା ନଉପୁଜିବ ସେଥିପାଇଁ ୨୦ଟି ପାଣିପମ୍ପ ଓ ଅଗ୍ନିଶମ ବିଭାଗ ସଜାଗ ରହିଛି।

ସମ୍ବନ୍ଧିତ ଖବର