ଭୁବନେଶ୍ବର: ଶନିବାର ଅଢ଼େଇ ଘଣ୍ଟା ଯେଉଁଭଳି ବର୍ଷା ହୋଇଥିଲା, ଆଜି ସେହିପରି ବର୍ଷା ଛେଚିଥିଲା। ପ୍ରାୟ ୩ ଘଣ୍ଟା ନିଧୁର୍ମ ବର୍ଷା ହୋଇଥିଲା। କିନ୍ତୁ ଭୁବନେଶ୍ବର ପାଣିପାଗ କେନ୍ଦ୍ର ଭୁବନେଶ୍ବରରେ ୭ମିମି ବର୍ଷା ହୋଇଥିବା ରେକର୍ଡ କରିଛି।
ରାଜଧାନୀର ରାସ୍ତାଘାଟରୁ ଆରମ୍ଭ କଳି ଗଳିକନ୍ଦି ପର୍ଯ୍ୟନ୍ତ ସୁଅ ଛୁଟିଲା। କେମିତି ମାତ୍ର ୭ମିମି ବର୍ଷା ହେଲା ତାହା ଆଜିର ବର୍ଷା ଦେଖିଥିବା ଲୋକ ବିଶ୍ବାସ କରିପାରିବନି। ଶନିବାର ଭଳି ଆଜିର ବର୍ଷାରେ ଲକ୍ଷ୍ମୀସାଗର, ଚିନ୍ତାମଣିଶ୍ବର, ବମିଖାଲ ଅଞ୍ଚଳରୁ ଆରମ୍ଭ କରି ନୂଆପଲ୍ଲୀ, ମଲ୍ଲିକ କମ୍ପ୍ଲେକ୍ସ, ଅହଲ୍ୟା ନଗର, ଗୌରୀ ଗାର୍ଡେନ୍ ଭଳି ସମ୍ବେଦନଶୀଳ ଅଞ୍ଚଳରେ ପାଣି ଜମିଥିଲା। ଯଦିଓ ବର୍ଷାଜଳ ନିଷ୍କାସନ ହୋଇଯାଇଥିଲା କିନ୍ତୁ ଲୋକ କିଛି ସମୟ ପାଇଁ ହଇରାଣ ହୋଇଥିଲେ। ପାଣିପାଗ ବିଭାଗ ବିଭିନ୍ନ ଅଞ୍ଚଳରେ ହୋଇଥିବା ବର୍ଷାକୁ ରେକର୍ଡ କରି କହିଛି ଯେ ଓୟୁଏଟି ଅଞ୍ଚଳରେ ୧୨ମିମି, ବିମାନବନ୍ଦର ଅଞ୍ଚଳରେ ୬ମିମି, କିଟ୍ ଅଞ୍ଚଳରେ ୩୨ମିମି, ରାଜୀବଭବନ ଅଞ୍ଚଳରେ ୧୧ମିମି ବର୍ଷା ହୋଇଛି। କିନ୍ତୁ ବିମାନବନ୍ଦର ଅଞ୍ଚଳରେ କମ୍ ବର୍ଷା ହୋଇଥିବାରୁ ପାଣିପାଗ ବିଭାଗ ରେକର୍ଡରେ ଭୁବନେଶ୍ବରରେ କମ୍ ବର୍ଷା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/rain-Bamikhala-Rasulgada-Banya.jpg)