ଭୁବନେଶ୍ୱର: ବର୍ଷା ପବ୍ଲିକେସନ୍ ପକ୍ଷରୁ ଆଜି ଭାରତୀୟ ବିଦ୍ୟାଭବନରେ ତୃତୀୟ ‘ବର୍ଷା ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ପୂରା ଉତ୍ସବରେ ରାଜୁତି କରିଥିଲା ନଈ। ପ୍ରଥମ ଅଧିବେଶନରେ ଭଦ୍ରକ ମନ୍ତେଇ ନଦୀର କଥା ଓ କାହାଣୀକୁ ନେଇ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ କବି କେଶବ କୃଷ୍ଣପ୍ରସାଦ ବେହେରାଙ୍କ କାନ୍ଦଣାଗୀତ ଗାଇଥିଲେ ଅନ୍ନପୂର୍ଣ୍ଣା ମହାନ୍ତି ଏବଂ ପଲ୍ଲୀଗୀତ ଗାଇଥିଲେ ଅଭିମନ୍ୟୁ ଜେନା। ଦ୍ୱିତୀୟ ଅଧିବେଶନରେ ନଦୀକୁ ନେଇ ଏକ ତାତ୍ତ୍ୱିକ ଆଲୋଚନା ହୋଇଥିଲା। କଥାକାର ଗୌରହରି ଦାସ ତାଙ୍କ ପ୍ରିୟ ମନ୍ତେଇ ନଈକୁ ନେଇ ‘ମୋ ପ୍ରିୟ ନଈ’ ଓ କବି ଅଜୟ ସ୍ୱାଇଁଙ୍କ ଦୟା ନଦୀକୁ ନେଇ ‘ମୋ ଜୀବନେ ନଈ’ପ୍ରସଙ୍ଗରେ କହିଥିଲେ। ସେହିଭଳି ପ୍ରାବନ୍ଧିକ ନେତାଜୀ ଅଭିନନ୍ଦନ ‘ନଈ ଓ ରାଜନୀତି’କୁ ନେଇ ବକ୍ତବ୍ୟ ରଖିଥିଲେ। କବି ଜ୍ଞାନୀ ଦେବାଶିଷ ମିଶ୍ର ନଈ କୂଳର ସଭ୍ୟତା, ଲୋକକଳା, ସାହିତ୍ୟ ଆଦି ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଗାଳ୍ପିକ ସୁରେନ୍ଦ୍ର ମିଶ୍ରଙ୍କ ଗପ ପୁସ୍ତକ ‘ପଞ୍ଜୁରି ଓ ଅନ୍ୟାନ୍ୟ ଗଳ୍ପ’(ଦ୍ୱିତୀୟ ସଂସ୍କରଣ), ଗାଳ୍ପିକ ଅଲେଖ ଚନ୍ଦ୍ର ବେହେରାଙ୍କ ‘ଏକାନ୍ତ ଅନ୍ତରଙ୍ଗ’, ଗାଳ୍ପିକା ପ୍ରୀତିପ୍ରଜ୍ଞା ପ୍ରଧାନଙ୍କ ‘ସେମାନେ କାହାଣୀ ହେଲା ପରେ’, ଇପ୍ସିତା ପ୍ରଧାନଙ୍କ ‘ରିଭାଇଭ୍’ , ବିଭୁ ହୋତାଙ୍କ କବିତା ପୁସ୍ତକ ‘ଅନ୍ଧାରର ଆଁ’, ଶିଶୁ ସାହିତ୍ୟିକ ବାଇଧର ନାୟକଙ୍କ ‘ଗପ ପଢ଼ିବା ଜୀବନ ଗଢ଼ିବା’, କବିତା ପୁସ୍ତକ ‘କବିତା ଗଜ ମୁକୁତା’, ଶିଶୁ ସାହିତ୍ୟିକା ସ୍ନିଗ୍ଧା ନାୟକଙ୍କ ଗଳ୍ପ ପୁସ୍ତକ ‘ଗୋଲୁ ଆଳୁର ବଜାର ବୁଲା’ ଉନ୍ମୋଚିତ ହୋଇଥିଲା।
ଗଳ୍ପ ପୁସ୍ତକ ‘ପଞ୍ଜୁରି ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସୁରେନ୍ଦ୍ର ମିଶ୍ରଙ୍କୁ ‘ବର୍ଷା କଥା ସମ୍ମାନ-୨୦୨୫’ ଏବଂ କବିତା ପୁସ୍ତକ ‘ବଇଦା ନା ଓ ଅନ୍ୟମାନେ’ ପାଇଁ ଅଜୟ ନାୟକଙ୍କୁ ‘ବର୍ଷା କବିତା ସମ୍ମାନ ୨୦୨୫’ ପ୍ରଦାନ କରାଯାଇଥିଲା। ତୃତୀୟ ଅଧିବେଶନରେ ଭଦ୍ରକ ଜିଲ୍ଲା ହଳଦିଆ ଗ୍ରାମର କଳାକାରମାନେ କଣ୍ଢେଇ ନାଚ ମାଧ୍ୟମରେ ନାଟକ ‘ଟୀକା ଗୋବିନ୍ଦ ଚନ୍ଦ୍ର’ ପରିବେଷଣ କରିଥିଲେ। ଏହାପରେ କବି ବାଦଲ ମହାନ୍ତିଙ୍କ ‘ଦେବୀ ଓ କବି’ କବିତାର ନାଟ୍ୟ ରୂପ ପ୍ରଦର୍ଶିତ ହୋଇଥିଲା। ଯୁବ ନାଟ୍ୟ ନିର୍ଦ୍ଦେଶକ ଚକ୍ରଧର ପାତ୍ର ଏହାର ନିର୍ଦ୍ଦେଶନା ଦେଇଥିଲେ। ଅଭିନୟ କରିଥିଲେ ଜିଜ୍ଞାସା ଓ ଅଭୟ। ଅଭିନେତ୍ରୀ ମଧୁମିତା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଚତୁର୍ଥ ଅଧିବେଶନର କବିତା ଆସରରେ ୨୭ଜଣ କବି ସ୍ବରଚିତ କବିତା ପାଠ କରିଥିଲେ। କବି ଆଶୁତୋଷ ପରିଡ଼ା ଓ ପବିତ୍ର ମୋହନ କର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ବାଦଲ ମହାନ୍ତି ଧନ୍ୟବାଦ ଦେଇଥିଲେ।
ବର୍ଷା ପବ୍ଲିକେସନ୍ର ‘ବର୍ଷା ଉତ୍ସବ’: ତାତ୍ତ୍ବିକ ଆଲୋଚନାରେ ରାଜୁତିକଲା ନଈ
ବର୍ଷା ପବ୍ଲିକେସନ୍ ପକ୍ଷରୁ ଆଜି ଭାରତୀୟ ବିଦ୍ୟାଭବନରେ ତୃତୀୟ ‘ବର୍ଷା ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ପୂରା ଉତ୍ସବରେ ରାଜୁତି କରିଥିଲା ନଈ। ପ୍ରଥମ ଅଧିବେଶନରେ ଭଦ୍ରକ ମନ୍ତେଇ ନଦୀର କଥା ଓ କାହାଣୀକୁ ନେଇ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା।
/sambad/media/media_files/2025/08/18/untitled-6-2025-08-18-06-54-34.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)